ETV Bharat / state

ସାତ ଜଣଙ୍କ ନାଁରେ ମିଥ୍ୟା ମାମଲାକୁ ନେଇ ତାତିଲେ ଲୋକେ - ଗଞ୍ଜାମ ପାଟପୁର ଥାନା ଅନ୍ତର୍ଗତ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର

ମଦ ବିକ୍ରି ବନ୍ଦ ପରେ ସାତ ଜଣଙ୍କ ନାମରେ ମିଥ୍ୟା ମାମଲାକୁ ନେଇ ତାତିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁରରେ । ଅଧିକ ପଢନ୍ତୁ...

ମଦ ବିକ୍ରି ବନ୍ଦ ପରେ ସାତ ଜଣଙ୍କ ନାରେ ମିଥ୍ୟା ମାମଲାକୁ ନେଇ ତାତିଲେ ଗ୍ରାମବାସୀ

author img

By

Published : Apr 24, 2021, 9:25 AM IST

ବ୍ରହ୍ମପୁର: ମଦ ବିକ୍ରି ବନ୍ଦ ପରେ ସାତ ଜଣଙ୍କ ନାମରେ ମିଥ୍ୟା ମାମଲାକୁ ନେଇ ତାତିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁରରେ । ସୂଚନା ମୁତାବକ, ନିସ୍ତିପୁର ଗ୍ରାମରେ ପୂର୍ବରୁ ବେଆଇନ ଭାବେ ଚୋରାମଦ ବିକ୍ରି କରାଯାଉଥିଲା । ଯାହାଫଳରେ ଗ୍ରାମରେ ଗତ ଅପ୍ରେଲ ୧ ତାରିଖରେ ମଦମୁକ୍ତ ଗ୍ରାମରେ ପରିଣତ କରିବା ନିମନ୍ତେ ଗ୍ରାମବାସୀ ଓ ମଦ ମାଲିକ ମଧ୍ୟରେ ମଦ ବିକ୍ରି ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ମଦ ବିକ୍ରି ବନ୍ଦ ପରେ ସାତ ଜଣଙ୍କ ନାରେ ମିଥ୍ୟା ମାମଲାକୁ ନେଇ ତାତିଲେ ଗ୍ରାମବାସୀ

ଏହାପରେ ଅପ୍ରେଲ ୨୨ ତାରିଖ ଦିନ ମଦ ମାଲିକମାନେ ବିନା କାରଣରେ ଗ୍ରାମର ସାତ ଜଣକ ବିରୋଧରେ ପାଟପୁର ଥାନାରେ ମିଥ୍ୟା କେସ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ମେଳି ବାନ୍ଧି ପାଟପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଗାମୀ ଦିନରେ ଉକ୍ତ ସାତ ଜଣଙ୍କ ଉପରୁ ଯଦି କେସ ପ୍ରତ୍ୟାହାର କରାନଯାଏ ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଘଟଣା ପରେ ପାଟପୁର ପୋଲିସ ଥାନା ଅଧିକାରୀ ଅଜୟ ବାରିକ ଓ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ପରେ ବିକ୍ଷୋଭରୁ ହଟିଥିଲେ ଗ୍ରାମବାସୀ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.