ETV Bharat / state

ଘରେ ଲହଡି ମାରୁଛି ବର୍ଷା ପାଣି, ରାସ୍ତା ଅବରୋଧ କରିଲେ ଗ୍ରାମବାସୀ - ଜଳମଗ୍ନ ହୋଇପଡ଼ିଛି ଚାଷଜମି

ଲଗାଣ ବର୍ଷାରେ ଘର ଭିତରେ ପଶି ଯାଇଛି ପାଣି । ଉଜୁଡ଼ି ଯାଇଛି ଫସଲ । ନା ରହିବାକୁ ଯାଗା ଅଛି ନା ପେଟକୁ ଯାେଗାଡ଼ ହେଇପାରୁଛି ଦାନା । ଏଭଳି ସ୍ଥଳରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ

ଘରେ ଲହରୀ ମାରୁଛି ବର୍ଷା ପାଣି : ରାସ୍ତା ଅବରୋଧ କରିଲେ ଗ୍ରାମବାସୀ

author img

By

Published : Jul 18, 2022, 12:22 PM IST

ଭଞ୍ଜନଗର: ଲଗାଣ ବର୍ଷାରେ ବେହାଲ ଗଞ୍ଜାମ । ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ବର୍ଷାର ପରିମାଣ ସର୍ବାଧିକ ରହିଛି । ଏହି ଅଞ୍ଚଳରେ ଶନିବାର ରାତିଠାରୁ ବର୍ଷା ଲାଗି ରହିଥିବାବେଳେ, ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି । ଏପରିକି ଘର ଭିତରେ ବର୍ଷା ପାଣି ଲହଡି ମାରୁଛି । ବାଉଁଶଲୁଣ୍ଡି ପଞ୍ଚାୟତସ୍ଥିତ ବାଳି ସାହିରେ ପାଣି ପଶିଯିବା ଏବଂ ଘର ଗୁଡ଼ିକ ଭାଙ୍ଗି ଯିବାରୁ ଲୋକେ ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।

ଘରେ ଲହରୀ ମାରୁଛି ବର୍ଷା ପାଣି : ରାସ୍ତା ଅବରୋଧ କରିଲେ ଗ୍ରାମବାସୀ

ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ଲୋକେ ମାନିନଥିଲେ ପରେ ଉପଜିଲ୍ଲାପାଳ ଆସି ଉତ୍ୟକ୍ତ ଲୋକଙ୍କୁ ପ୍ରତିଶ୍ରୁତି ଦେବା ସହ ଆଲୋଚନା କରିବାପରେ ରାସ୍ତାରୋକ ହଟିଛି । ଏହି ଅସୁବିଧା ପାଇଁ ଜଳ ନିଷ୍କାସନ ସମସ୍ୟାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ବିଭିନ୍ନ ନାଳ ସଫା ହୋଇନଥିବାବେଳେ ବନ୍ୟା ପାଣି ନିଷ୍କାସନ ହେବାରେ ସମସ୍ୟା ହେଉଛି ।

ଫଳରେ ଜିଲ୍ଲାର ଥିବା ବିଭିନ୍ନ ନଦୀର ଜଳସ୍ଥର ବୃଦ୍ଧି ପାଉଛି ଓ ବନ୍ୟା ପାଣି ଲୋକଙ୍କ ଘରେ ପଶି ଯାଇଛି । ନିକଟରେ ଜିଲ୍ଲାର ଚାଷୀ ତଳି ପକାଇଥିଲେ, ତେବେ ଏବେ ଜମି ଜଳମଗ୍ନ ହେବା ଚାଷୀକୂଳର ଚିନ୍ତା ବଢାଇ ଦେଇଛି । ଅନ୍ୟପଟେ ଭଞ୍ଜନଗର ଡହ ଜଳ ଭଣ୍ଡାରରେ ମଧ୍ୟ ପାଣି ବଢୁଥିବା ହେତୁ ସମସ୍ୟା ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.