ETV Bharat / state

ସରପଞ୍ଚଙ୍କୁ ଆକ୍ରମଣ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ - villagers are protesting in bhanjanagar

ସରପଞ୍ଚଙ୍କୁ ଆକ୍ରମଣ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ । ଗତ କିଛି ଦିନ ଧରି କଳମ୍ବ ପଞ୍ଚାୟତରେ ପ୍ରବାସୀ ଓଡିଆମାନେ ସଂଗରୋଧ କେନ୍ଦ୍ରରେ ରହୁଥିବା ବେଳେ ସେମାନଙ୍କୁ ମଦ ମାଫିଆ ମାନେ ମଦ ଯୋଗାଉଥିଲେ ମଦ ଯୋଗାଣକୁ ନେଇ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ବିରୋଧ କରିବାରୁ ମାଫିଆ ମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

villagers-are-protesting-in-bhanjanagar
ସରପଞ୍ଚଙ୍କୁ ଆକ୍ରମଣ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ
author img

By

Published : May 31, 2020, 8:10 PM IST

ଭଞ୍ଜନଗର: ସଂଗରୋଧ କେନ୍ଦ୍ରରେ ମଦ ଯୋଗାଣକୁ ନେଇ ସରପଞ୍ଚକୁ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ପଞ୍ଚାୟତର କଳମ୍ବ ଗ୍ରାମରେ । ଗତ କିଛି ଦିନ ଧରି କଳମ୍ବ ପଞ୍ଚାୟତରେ ପ୍ରବାସୀ ଓଡିଆମାନେ ସଂଗରୋଧ କେନ୍ଦ୍ରରେ ରହୁଥିବା ବେଳେ ସେମାନଙ୍କୁ ମଦ ମାଫିଆ ମାନେ ମଦ ଯୋଗାଉଥିଲେ । ମଦ ଯୋଗାଣକୁ ନେଇ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ବିରୋଧ କରିବାରୁ ମାଫିଆ ମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସରପଞ୍ଚଙ୍କୁ ଆକ୍ରମଣ ନେଇ ଗ୍ରାମବାସୀଙ୍କ ରାସ୍ତାରୋକ

ଯାହାକୁ ନେଇ ଉତ୍ତକ୍ତ ଗ୍ରାମବାସୀ ମାନେ ମୁଖ୍ୟ ରାସ୍ତା ଉପରେ ଟାୟାର ଜାଳି ସମସ୍ତ ରାସ୍ତାକୁ ଅବରୋଧ କରିଛନ୍ତି । ଖବର ପାଇ ପୋଲସରା ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ଏବେବି ଗ୍ରାମରେ ଉତ୍ତେଜନା ଲାଗିରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.