ETV Bharat / state

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସମୀକ୍ଷା ବୈଠକରେ ସ୍ୱଚ୍ଛତାକୁ ଫୋକସ - ବୈଠକରେ ସ୍ୱଚ୍ଛତାକୁ ଫୋକସ

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସହରର ଉନ୍ନତିକରଣ ସହିତ ସହରାଞ୍ଚଳର ପରିମଳ ଉପରେ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ସହରାଞ୍ଚଳ ଉନ୍ନୟନ ସମୀକ୍ଷା ବୈଠକ
ସହରାଞ୍ଚଳ ଉନ୍ନୟନ ସମୀକ୍ଷା ବୈଠକ
author img

By

Published : Jan 20, 2021, 8:37 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସି ଜରିଆରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସହରର ଉନ୍ନତିକରଣ ସହିତ ସହରାଞ୍ଚଳର ପରିମଳ, ଆବର୍ଜନା ସଂଗ୍ରହ, ସ୍ବଚ୍ଛ ସର୍ବେକ୍ଷଣ, ସ୍ମାର୍ଟ ପାର୍କ ଆଦି ଉପରେ ଆଲୋଚନା ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଉପରେ ଗୁରୁତ୍ବ ଆରୋପ କରି ବୈଠକରେ ଜିଲ୍ଲାପାଳ ଆଲୋଚନା କରି କହିଛନ୍ତି ଯେ, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଳିଆ ଉଠା ଯାନ ଦ୍ୱାରା ଘର ଘର ବୁଲି ଆବର୍ଜନା ସଂଗ୍ରହ କରନ୍ତୁ । ବଳକା ଖାଦ୍ୟ, ପନିପରିବା ଚୋପା ଆଦି ଓଦା ଆବର୍ଜନା ପାଇଁ ସବୁଜ ଡଷ୍ଟବିନ୍ ଓ ଶୁଖିଲା ଆବର୍ଜନା ପାଇଁ ନୀଳ ଡଷ୍ଟବିନ୍ ସମସ୍ତେ ଯେପରି ବ୍ୟବହାର କରିବେ ସେଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶୁଖିଲା ବର୍ଯ୍ୟବସ୍ତୁ ଓ ଓଦାଳିଆ ବର୍ଯ୍ୟବସ୍ତୁ ସଂଗ୍ରହ ଉପରେ ଗୁରୁତ୍ବ ଦେଇଛନ୍ତି । ହିଞ୍ଜିଳି ପୌରାଞ୍ଚଳ ପରି ଜିଲ୍ଲାର ସମସ୍ତ ବ୍ଲକ୍ ଗୁଡିକର ସୌନ୍ଦର୍ଯ୍ୟକରଣ କରିବା ଉଚିତ୍ ବୋଲି କହିଥିଲେ ।

ଜିଲ୍ଲାପାଳ ପରିମଳ ଉପରେ ଗୁରୁତ୍ବାରୋପ କରି କହିଥିଲେ ଯେ, ସମସ୍ତ ଜନ ସାଧାରଣ ସେମାନଙ୍କ ଘରପାଖ ଅଞ୍ଚଳ, ରାସ୍ତାଘାଟ, ପାର୍କ, ଦୋକାନ ବଜାର ଅଞ୍ଚଳ, ନାଳ ଓ ନର୍ଦ୍ଦମା, ସାଧାରଣ ସ୍ଥାନ ସଫା ସୁତୁରା ରଖି ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ପାଇଁ ସହଯୋଗ କରିବା ଉଚିତ୍ ବୋଲି କହିଛନ୍ତି । ସପ୍ତାହରେ ଥରେ ଶୌଚାଳୟ ସଫାସୁତୁରା କାର୍ଯ୍ୟ ତଦାରଖ କରିବାକୁ କହିଥିଲେ । ପବ୍ଲିକ୍ ସ୍ଥାନରେ ପରିଶ୍ରା କଲେ ଜୋରିମାନା ଆଦାୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଆସନ୍ତା ରବିବାର ସ୍ୱଚ୍ଛ ସର୍ବେକ୍ଷଣ ଉପରେ କର୍ମଶାଳା ଅନୁଷ୍ଠିତ କରିବା ସହ ନିଜ ନିଜ ଅଞ୍ଚଳରେ ରାମଲିଙ୍ଗମ୍ ଭଳି ପୁଷ୍କରିଣୀ ଗୁଡିକ ସୌନ୍ଦର୍ଯ୍ୟକରଣ, ସ୍ମାର୍ଟ ପାର୍କ ନିର୍ମାଣ, ଓପନ୍ ଜିମ୍ କରିବା ପାଇଁ ଜିଲ୍ଲାପାଳ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ପ୍ରକାର ଚାରା ରୋପଣ କରି ଗ୍ରୀନ୍ ଆଣ୍ଡ କ୍ଲିନ୍ ଭଳି ସବୁଜ ଓ ସ୍ୱଚ୍ଛ ବିଜ୍ଞାପିତ ଅଞ୍ଚଳରେ ପରିଣତ କରିବାପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.