ETV Bharat / state

ବିଜେପିର ଜନସମ୍ପର୍କ ଅଭିଯାନ: ବ୍ରହ୍ମପୁରରେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ

author img

By

Published : Jun 29, 2023, 12:59 PM IST

କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କଲେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ । ଅଧିକ ପଢନ୍ତୁ

Union Minister Darshana Jardosh visit Brahmapur

ବ୍ରହ୍ମପୁର: ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମାସେ ବ୍ୟାପୀ ମହା ଜନସମ୍ପର୍କ ଅଭିଯାନ କରୁଛି ଭାରତୀୟ ଜନତା ପାର୍ଟି । ଏହାକୁ ଦୃଷ୍ଟିରେ ରଖି ବୁଧବାର ବ୍ରହ୍ମପୁର ଗସ୍ତରେ ଆସିଥିଲେ କେନ୍ଦ୍ର ରେଳ ଚଳାଚଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ । ସ୍ଥାନୀୟ ହୋଟେଲରେ ଆୟୋଜିତ ସମ୍ମିଳନୀ କକ୍ଷରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇ ଡବଲ ଇଞ୍ଜିନ ସରକାର ଯେଉଁଠି ଚାଲିଛି ସେଇଠି ବିକାଶ ହୋଇଥିବା ମତ ରଖିଥିଲେ ଦର୍ଶନା ଜରଦୋଷ ।

ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳତା ବିଷୟରେ ବଖାଣିଥିଲେ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଷ । ଡବଲ ଇଞ୍ଜିନ ସରକାର ଯେଉଁଠି ଚାଲିଛି ସେଇଠି ବିକାଶ ହୋଇଛି । ଯୋଜନାକୁ ନେଇ କେନ୍ଦ୍ର ସରକାର କୈଣସି ରାଜ୍ୟ ସହ ଭେଦଭାବ କରି ନାହାନ୍ତି । ଦେଶରେ କୋଭିଡ ଟୀକାକରଣ ଠାରୁ ଆରମ୍ଭ କରି ଅନ୍ୟଦେଶକୁ ଟିକା ପଠାଇବା ଭଳି କାର୍ଯ୍ୟ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଛି, ଯାହାକୁ ପୁରା ଦେଶ ପ୍ରଶଂସା କରୁଛି । ପ୍ରଧାନମନ୍ତ୍ରୀ ଅନ୍ନ ସହାୟକ ଯୋଜନା, ଯାହା ଅଧିନରେ ଗରିବଙ୍କୁ 5 କେଜି ଚାଉଳ ପ୍ରଦାନ କରାଯାଉଛି ଓ ତିନି କୋଟି ମହିଳାଙ୍କୁ ଆବାସ ସହ ଶୌଚାଳୟ ପ୍ରଦାନ କରାଯାଇଛି । ଏଥିରୁ ଜଣାପଡୁଛି ପ୍ରଧାନମନ୍ତ୍ରୀ ମହିଳା ସଶକ୍ତିକରଣ ଉପରେ କେତେ ଗୁରୁତ୍ବ ଦେଉଛନ୍ତି । ଜନଔଷଧି କେନ୍ଦ୍ରରେ ଲୋକଙ୍କୁ ଔଷଧ ପ୍ରଦାନ କରାଯାଉଛି । କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଓ ଆୟୁଷମାନ ଯୋଜନା କରିଥିଲେ ମଧ୍ୟ ଓଡ଼ିଶାବାସୀ ଏଥିରେ ଲାଭ ପାଇପାରୁନଥିବା ସେ କହିଥିଲେ ।

ସେହିପରି ଦେଶରେ ଅନେକ ବୁଣାକାର ରହିଥିବା ବେଳେ ପ୍ରଧାନମନ୍ତ୍ରୀ ପିଏମ୍ ମିତ୍ରା ପାର୍କ ଯୋଜନାରେ ୧୨ଟି ରାଜ୍ୟର ବୁଣାକାର ସାମିଲ ହୋଇଛନ୍ତି । କିନ୍ତୁ ଓଡିଶାରୁ କେହି ସାମିଲ ହୋଇନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଦର୍ଶନା ଜରଦୋଷ । ବୟନଶିଳ୍ପ ମନ୍ତ୍ରାଳୟ ପକ୍ଷରୁ କିପରି ବୁଣାକର ଏବଂ ହସ୍ତଶିଳ୍ପର ବିକାଶ ହେବ ସେ ନେଇ ଅତ୍ୟନ୍ତ ସୁନ୍ଦର ଯୋଜନା କରାଯାଇଛି । ଓଡିଶାରୁ ଅନେକ ଏହି କ୍ଷେତ୍ରରେ ରାଷ୍ଟ୍ରପତି ପୁରସ୍କାର ଠାରୁ ଅନେକ ଜାତୀୟ ପୁରସ୍କାର ପାଇଥିବା ବ୍ୟକ୍ତିବିଶେଷ ରହିଥିଲେ ମଧ୍ୟ ଏଭଳି ଯୋଜନାରେ ସାମିଲ ନହେବା ଘଟଣା ରାଜ୍ୟ ସରକାରଙ୍କ ସହଯୋଗ ମିଳିପାରୁନଥିବା ସେ ମତ ରଖିଥିଲେ ।

ରେଳମନ୍ତ୍ରାଳୟ ପକ୍ଷରୁ ଦେଶର ୭୫୦ ଷ୍ଟେସନର ବିକାଶମୂଳକ କାର୍ଯ୍ୟ କରିବାକୁ ସଂକଳ୍ପ ନିଆଯାଇଛି । ଏଥିରେ ବ୍ରହ୍ମପୁର ରେଳଷ୍ଟେସନ ସାମିଲ ହୋଇଛି । ଓଡିଶାକୁ ମଧ୍ୟ ବନ୍ଦେ ଭାରତ ଟ୍ରେନରେ ସୁବିଧା ଯୋଗାଇ ଦିଆଯାଇଥିବା କହିଥିଲେ । ଏପରିକି ରେଳଷ୍ଟେସନର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା କରାଯାଇଥିବା କୁହାଯାଇଛି । ଦଳ ପକ୍ଷରୁ ଏକ ମାସ ଧରି ଜନସଂପର୍କ ଅଭିଯାନ ଜାରି ରହିଛି । ଦଳର କର୍ମକର୍ତ୍ତା ମାନେ ଜନସାଧାରଣଙ୍କ ସହିତ ସଂପର୍କ ରଖିବା ସହିତ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରାଯାଉଛି । ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରଦୋଷଙ୍କ ସହିତ ଦଳର ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା, ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି, ବିଜେପି ନେତା ସରୋଜ ସାବତ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.