ଗଞ୍ଜାମ: ଆଧୁନିକ ଯୁଗରେ ଆଜିର ସମାଜରେ ସାମାଜିକ କୁସଂସ୍କାର ଭରି ରହିଛି । ପୁରାତନ ଯୁଗ ଭଳି କଙ୍ଗାରୁ କୋର୍ଟରେ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି । ଗଞ୍ଜାମ ପୋଲସରା କଲମ୍ବ ଗ୍ରାମରେ ଏଭଳି ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି । ଏଠାରେ ଅନ୍ୟ ଜାତିରେ ବିବାହ କରି ଗ୍ରାମରୁ ବାସନ୍ଦ ହୋଇଛନ୍ତି ଦୁଇ ଭାରତୀୟ ସେନା ପରିବାର ।
ଗ୍ରାମର ଅରୁଣ ପ୍ରଧାନ ଓ ବସନ୍ତ ପ୍ରଧାନଙ୍କ ଦୁଇ ପୁଅ ଭାରତୀୟ ସେନାରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟତ୍ର ଜାତିରେ ବିବାହ କରିଥିଲେ । ଏହାକୁ ନେଇ ବର୍ତ୍ତମାନ ଦୁଇ ପରିବାରକୁ କଙ୍ଗାରୁ କୋର୍ଟ କରାଯାଇ ଗ୍ରାମରୁ ସମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଏହି ବିବାହା ଭୋଜି ଖାଇବାକୁ ଯାଇଥିବା ଲୋକଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି ।
ଏହାକୁ ନେଇ ପୋଲସରା ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଶେଷରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସ୍.ପି ଙ୍କୁ ଅଭିଯୋଗ କରିଛନ୍ତି ପରିବାର ବର୍ଗ । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନକରାଗଲେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପରିବାର ବର୍ଗ ।