ETV Bharat / state

ଚାଷ ଜମିରେ ଗଲା ଦୁଇ ଜୀବନ, ତଦନ୍ତ ଜାରି

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ଦୁଇ ଚାଷୀ ଚାଷ ଜମିକୁ ପାଣି ଛାଡିବାକୁ ଯାଇଥିବାବେଳେ କେନାଲ କଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

author img

By

Published : Aug 27, 2021, 8:11 AM IST

ଚାଷ ଜମିରେ ଗଲା ଦୁଇ ଜୀବନ
ଚାଷ ଜମିରେ ଗଲା ଦୁଇ ଜୀବନ

ବ୍ରହ୍ମପୁର: ମୃତ୍ୟୁ କେତେବେଳେ ଆସେ କାହାକୁ ବା ଜଣା । ସାଥୀ ହୋଇ ଜମିକୁ ପାଣି ଛାଡିବାକୁ ଗଲେ ଆଉ ସାଥି ହୋଇ ଦୁନିଆ ଛାଡିଲେ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର ଦୁଇ ଚାଷୀ ଚାଷ ଜମିକୁ ପାଣି ଛାଡିବାକୁ ଯାଇଥିବାବେଳେ କେନାଲ କଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତ ଦୁଇ ବ୍ୟକ୍ତି ହେଲେ ଗୋଳନ୍ଥରା ଗାଁର ହନୁମାନ ମଠସାହିର ୩୫ ବର୍ଷୀୟ ରାଜୁ ଗୌଡ ଏବଂ ୫୫ ବର୍ଷୀୟ ସନାତନ ଜେନା । ଦୁହେଁ ଭାଗଚାଷୀ । ଗୁରୁବାର ରାତିରେ ଦେଉଳଘାଇ ନିକଟ ବିଲକୁ ପାଣି ଛାଡ଼ିବାକୁ ଘରୁ ଯାଇଥିଲେ । ହେଲେ ଆଉ ଫେରି ନଥିଲେ । ଦୁହେଁ ଘରକୁ ନ ଫେରିବାରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ସକାଳୁ ପଢ଼ିଆଭଙ୍ଗା ନାଳ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଛି । ହେଲେ ସେଠାରେ କିଛି ବି ତାର ଦେଖିବାକୁ ମିଳିନାହିଁ ଯାହା ସନ୍ଦେହ ସୃଷ୍ଟି କରିଛି । ଘଟଣାସ୍ଥଳରେ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏପରି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.