ବ୍ରହ୍ମପୁର: ସହରର ଟାଉନ ଥାନା ଅଞ୍ଚଳରେ ହୋଇଥିବା ଚୋରି ଘଟଣାର ତଦନ୍ତ କରି ପୋଲିସ ଏକ ସିନ୍ଧି ଚୋର ଗ୍ୟାଙ୍ଗର ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ମାତ୍ର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ଜୁଲାଇ ୨୨ ତାରିଖ ରାତିରେ ଏହି ଦଳର ତିନିଜଣ ଏକ ଦୋକାନର ତାଲା ଭାଙ୍ଗି ନଗଦ ୮୦,୦୦୦ ଟଙ୍କା ଲୁଟ କରିଥିଲେ । ଏ ନେଇ ଦୋକାନ ମାଲିକ ମିଲନ କୁମାର ସାହୁ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ସହରର ଖାଜା ସାହିର ଏସ କେ ନୁର ଏବଂ ଏସ କେ ଜୁନେଦକୁ ଗିରଫ କରିଥିବା ବେଳେ ଆକବର ବେଗ୍ ଫେରାର ରହିଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ନଗଦ ୧୬,୫୦୦ ଟଙ୍କା ଜବତ କରାଯାଇ କୋର୍ଟଚାଲାଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ