ETV Bharat / state

ଗଛକୁ ପିଟିଲା ଟ୍ରାଭେଲର ବସ: ୧୬ ଆହତ

author img

By

Published : May 25, 2022, 10:48 PM IST

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଳବାଡ଼ି ପଞ୍ଚାୟତ ଭୂତପଙ୍କାଳ ଠାରେ ଟ୍ରାଭେଲର ବସ ଦୁର୍ଘଟଣା । ମୋଟ ୨୧ ଯାତ୍ରୀ ଥିବା ବେଳେ ୫ ଗୁରୁତର ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଗଛକୁ ପିଟିଲା ଟ୍ରାଭେଲର ବସ: ୫ ଗୁରୁତର ୧୬ ଆହତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଳବାଡ଼ି ପଞ୍ଚାୟତ ଭୂତପଙ୍କାଳ ଠାରେ ନିର୍ବନ୍ଧ କାର୍ଯ୍ୟ ସାରି ଦାରିଙ୍ଗବାଡିରୁ ସୋରଡ଼ା ଫେରୁଥିବା ବେଳେ ଗଛକୁ ପିଟି ହେଲା ଟ୍ରାଭେଲର ବସ । ସୂଚନା ମୁତାବକ ଟ୍ରାଭେଲରରେ ଥିଲେ ମୋଟ ୨୧ ଜଣ ଯାତ୍ରୀ, ଯେଉଁଥିରୁ ୫ ଗୁରୁତର ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

କେତଜଣଙ୍କୁ ନିକଟସ୍ଥ ଗାଜଲବାଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ ଗୁରୁତରଙ୍କୁ ସୋରଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକେ ସୂଚନା ଦେବା ପରେ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ସହ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭାର୍ତ୍ତି କରିଛି । ବର୍ତମାନ ସୁଦ୍ଧା ବ୍ରହ୍ମପୁର ମେଡିକାଲକୁ ଦୁଇଜଣଙ୍କୁ ପଠାଯାଇଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.