ETV Bharat / state

ଧାନ ଅମଳବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଡ୍ରାଇଭର ମୃତ - ଟ୍ରାକ୍ଟରରେ ନିଆଁଲାଗି ଡ୍ରାଇଭର ମୃତ

ଧାନ ଅମଳ ସମୟରେ ଟ୍ରାକ୍ଟରରେ ଲାଗିଲା ନିଆଁ । ଅମଳ ଧାନ ସହ ଜଳିଗଲେ ଡ୍ରାଇଭର । ଅଧିକ ପଢନ୍ତୁ...

ଧାନ ଅମଳବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଡ୍ରାଇଭର ମୃତ

author img

By

Published : Dec 19, 2020, 9:38 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବି ବ୍ରହ୍ମପୁର ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଟ୍ରାକ୍ଟରରେ ଧାନ ଅମଳ କରୁ ଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ୍ରାଇଭରଙ୍କ ମୃତ୍ୟୁ । ଏଥିସହ ଉକ୍ତ ସ୍ଥାନରେ ଥିବା ଅମଳ ଧାନ ମଧ୍ୟ ପୋଡି ପାଉଁଶ ହୋଇଯାଇଛି ।

ଧାନ ଅମଳବେଳେ ଟ୍ରାକ୍ଟରରେ ଲାଗିଲା ନିଆଁ, ଡ୍ରାଇଭର ମୃତ

ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବି ବ୍ରହ୍ମପୁର ଗ୍ରାମରେ ଧାନ ଅମଳ ଚାଲୁଥିବା ସମୟରେ ବିଦ୍ୟୁତ୍ ତାର ଛିଡି ଟ୍ରାକ୍ଟର ଉପରେ ପଡି ଯାଇଥିଲା । ଫଳରେ ଟ୍ରାକ୍ଟରରେ ନିଆଁ ଲାଗିଯିବାରୁ ଡ୍ରାଇଭର ଜଣକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତ ଡ୍ରାଇଭର ଜଣକ ଜଗନ୍ନାଥପ୍ରସାଦ ତୁଳସୀପଲ୍ଲୀ ଗ୍ରାମର ମନୋଜ ପ୍ରଧାନ ବୋଲି ଜଣାପଡିଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଡାକ୍ତରଖାନାରେ ପହଁଞ୍ଚି ମୃତ ଡ୍ରାଇଭରଙ୍କ ପରିବାରକୁ ସମବେଦନା ଜଣାଇବା ସହ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.