ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ ଆଜି ଅଚାନକ ତନରଡା ଗ୍ରାମପଞ୍ଚାୟତ ଗସ୍ତ କରିଛନ୍ତି । ଏହାପରେ ସରକାରଙ୍କ ତରଫରୁ ହିତାଧିକାରୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଲୋକମାନଙ୍କ ଠାରୁ ପ୍ରତିକ୍ରିୟା ନେଇଥିଲେ ।
ହିତାଧିକାରୀମାନେ ଅତି ପ୍ରାଞ୍ଜଳ ଭାବେ ଉପଜିଲ୍ଲାପାଳଙ୍କ ପାଖରେ ତାଙ୍କର ଉତ୍ତର ରଖିଥିଲେ । ଉପଜିଲ୍ଲାପାଳ ପଞ୍ଚାୟତ ଅଫିସକୁ ସରକାରୀ ସୁବିଧା ପାଇଁ ଆସିଥିବା ହିତାଧିକାରୀମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ କିପରି କୋରୋନା ଭାଇରସକୁ ଲଢ଼ି ହେବ ସେ ଉପରେ ସଚେତନ କରିଥିଲେ ।
ପଞ୍ଚାୟତ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ଠାରୁ ଗ୍ରାମବାସୀଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧାର ସ୍ଥିତି ମଧ୍ୟ ପଚାରି ବୁଝିଥିଲେ । ତେବେ କାର୍ଯ୍ୟାଳୟକୁ ଆସୁଥୁବା ସାନିଟାଇଜର ସିଞ୍ଚନ କରିବା ପଦ୍ଧତିକୁ ଉପଜିଲ୍ଲାପାଳ ପ୍ରଶଂସା କରିଥିଲେ । ଏହାପରେ ବାଦୁଆ ପଲ୍ଲୀ ଅଙ୍ଗନବାଡିରେ ପହଞ୍ଚି ସ୍ଥିତି ପରଖିଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ