ETV Bharat / state

ଚାଷୀଙ୍କୁ ମିଳିନି ତିତିଲି କ୍ଷତିପୂରଣ

author img

By

Published : Aug 2, 2019, 5:37 PM IST

ତିତିଲି ପରେ ଚାଷୀଙ୍କୁ ଦାଉ ସାଧିଛି ଫନି । ଆଜି ବି ମୁଣ୍ଡ ଟେକିବା ସେମାନଙ୍କ ପାଇଁ ହୋଇପଡ଼ିଛି କଷ୍ଟସାଧ୍ୟ । କ୍ଷତିପୂରଣ ପାଇଁ ପୁଳା ପୁଳା ପ୍ରତିଶୃତି ମିଳିଥିଲା । ହେଲେ ପ୍ରତିଶୃତି ସାଜିଛି ପାଣିର ଗାର । ବୀମା ପାଇବାକୁ ବାହୁନି କାନ୍ଦୁଛନ୍ତି ସୋରଡ଼ା ବ୍ଲକର ଚାଷୀକୂଳ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ତିତିଲି ଯାଇ ଫେନି ଗଲାଣି । ହେଲେ ତିତିଲି ପ୍ରଭାବିତ ଚାଷୀଙ୍କୁ ମିଳିପାରିଲା ନାହିଁ କୃଷିବୀମା । ଗଞ୍ଜାମ ସୋରଡ଼ା ବ୍ଲକ ଗୋପାଳପୁର ପଞ୍ଚାୟତର ତତାବାଲି ଗାଁରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଖରିଫ ଫସଲ । ଆଉ ଏଥିସହ ଚାଷଜମି ବାଲିଚରରେ ପରିଣତ ହୋଇଥିଲା । ହେଲେ ଆଜି ଯାଏ ମଧ୍ୟ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ବାତ୍ୟା ପରେ ଗାଁକୁ ଛୁଟିଥିଲା ନେତା ଠୁ ମନ୍ତ୍ରୀଙ୍କ ସୁଅ। ଆଉ ଦେଇଯାଇଥିଲେ ପୁଳାପୁଳା ପ୍ରତିଶୃତି । ହେଲେ ତିତିଲି ଗଲା କ୍ଷତିପୂରଣ ବି ଗଲା । ଚାଷୀମାନଙ୍କ ପାଇଁ ସରକାର ଏକ ପ୍ରତିଶତ ସୁଧରେ କୃଷି ଋଣ ପ୍ରଦାନ କରିଥାନ୍ତି । ଆଉ ଏହା ପରେ ଚାଷୀମାନେ ଫସଲ ବୀମାରେ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି । ଅନ୍ୟପଟେ ସୋରଡ଼ା ବ୍ଲକର ପ୍ରତ୍ୟେକ ଚାଷୀଙ୍କ ଠାରୁ ରୟାଲ ସୁନ୍ଦରମ କମ୍ପାନୀ ବୀମା କରିବା ନାଁରେ ଦୁଇ ପ୍ରତିଶତ ଟଙ୍କା ନେଇଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ବୀମା ଦେବା ବଦଳରେ ବ୍ଲକରୁ ଫେରାର ହୋଇଯାଇଛି । ସେପଟେ ସରକାର ମଧ୍ୟ କମ୍ପାନୀ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।

ତେବେ ଗୋଟିଏ ପଟେ ବୀମାରାଶି ମିଳୁନଥିବା ବେଳେ ଚଳିତ ଖରିଫ ଋତୁରେ ଟଙ୍କା ପରିଶୋଧକୁ ନେଇ ଚାଷୀକୂଳ ଏବେ ଚିନ୍ତାରେ । କିନ୍ତୁ ସେପଟେ ସରକାର ଚାଷୀଙ୍କ ପାଇଁ ମାଳମାଳ ଯୋଜନା କରିବା ସହ ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କୃଷିବୀମା ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:anchor-ରାଜ୍ୟ ସରକାର ଚାଷ ଓ ଚାଷୀ ର ଉର୍ନତିର କଥା କହୁଥିବାବେଳେ ଗତ ତିତିଲି ପ୍ରଳୟଙ୍କରୀ ବନ୍ୟାରେ ଚାଷୀର ମେରୁଦଣ୍ଡ ଦୋହଲି ଯାଇଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ କୃଷି ବୀମା ଟଙ୍କା ମିଳିନଥିବା ଅଭିଯୋଗହୋଇଛି Body:ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଗୋପାଳପୁର ପଂଚାୟତ ର ତତାବାଲି ଗ୍ରାମର ଚାଷୀ ଗତ ଖରିଫ ଫସଲରେ କ୍ଷତି ହୋଇଥିଲେ ମଧ୍ୟ୍ୟ କୃଷି ବୀମାରାଶି ପାଇବାରୁ ବଂଚିତ ହୋଇଛନ୍ତି ଗତ ତିତିଲି ପ୍ରଳୟଙ୍କରୀ ବନ୍ୟାରେ ସୋରଡ଼ା ର ବହୁ ଅଂଚଳରେ ଜଳ ମଗ୍ନ ହୋଇଥିବା ବେଳେ ତତାବାଲି ଗ୍ରାମର ଚାଷ ଜମି ସମ୍ପୂର୍ଣ ନଷ୍ଟ ହେବାସହ ବାଲିଚର ହୋଇଯାଇଥିଲା ଆଜିବି ଚାଷ ଜମିରୁ ବାଲି ଉଠିପାରିନାହିଁ କ୍ଷୟକ୍ଷତି ଆକଳନ କରିବାକୁ ନେତାମନ୍ତ୍ରୀ ଠାରୁ ଆରମ୍ଭକରି ସରକାରୀ ବାବୁମାନେ ଗ୍ରାମକୁ ଛୁଟିଥିଲେ ଚାଷୀଙ୍କୁ ଆଶ୍ୱାସନା ଦେଇ ଫେରିଥିଲେ ତୁହାକୁ ତୁହା ଆକଳନହେଲା କିଛି ସରକାରୀ ସାହାଯ୍ୟ ଦେଇ ସରକାର ଚୁପ ରହିଗଲେ ଚାଷୀ ମାନଙ୍କ ପାଇଁ ସରକାର ଏକ ପ୍ରତିଶତ ସୁଧରେ କୃଷି ଋଣ ପ୍ରଦାନ କରଥାନ୍ତି ପୁଣି ତାକୁ ଫସଲ ବୀମା ରେ ଅନ୍ତର୍ଭୁକ୍ତ କରିଥାନ୍ତି ଚାଷୀର କ୍ଷତି ହେଲେ କ୍ଷତିପୂରଣ ପାଇବ ଏହି ତତାବାଲି ଗ୍ରାମର ପ୍ରତ୍ୟକ ଚାଷୀ କୃଷି ଋଣ ନେଇ ବୀମାର ଅନ୍ତର୍ଭୁକ୍ତ ହୋଇଥିଲେ ସୋରଡ଼ା ବ୍ଲକ ର ପ୍ରତ୍ୟକ ଋଣଧାରୀ ଙ୍କ ପାଇଁ ରୟାଲ ସୁନ୍ଦରମ କମ୍ପାନୀ ବୀମା କରି ଚାଷୀ ମାନଙ୍କ ଠାରୁ ଦୁଇ ପ୍ରତିଶତ ଟଙ୍କା ନେଇଥିଲେ ବର୍ତମାନ ଚାଷୀଙ୍କୁ କ୍ଷତି ବୀମା ପ୍ରଦାନ କରିବାକୁ ଥିବାବେଳେ କମ୍ପାନୀ ଚମ୍ପଟ ମାରିଛି କାହିଁକି ସରକାର କମ୍ପାନୀ ବିରୁଦ୍ଧରେ ଦୃଢ଼କର୍ଯ୍ୟନୁଷ୍ଠାନ ଗ୍ରହଣ କରୁନି ଚଳିତ ବର୍ଷ ପୁଣି ଖରିଫ ଫସଲ ରେ ବ୍ୟାଙ୍କ ଋଣ ପରିସୋଦ କରିନଥିଲେ ଡିଫଲର ହୋଇ ଫସଲବୀମା ରୁ ଵାଦ ପଡିବେ ଋଣ ଟଙ୍କା ପରିଷଦ କରିବାକୁ ଚାଷୀ ପାଖରେ ଟଙ୍କା ନାହିଁ ଏପଟେ ସରକାର ନାଚଗୀତ କରି କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ଚାଷୀଙ୍କ ସମସ୍ୟା ଆସିଲେ ପାଟିଚୁପ ଚାଷୀ ବିଧାୟକ ଠାରୁ ଆରମ୍ଭ କରି ପ୍ରଶାସନ ଦୃଷ୍ଟିଆକର୍ଶଣ କରଛି ତଥାପି କୌଣସି ସୁଫଳ ମିଳିନି ବୀମା କମ୍ପାନୀ ଙ୍କୁ ଦୃଢକାର୍ଯ୍ୟାନୁସ୍ଥାନ ନେଇ ଚାଷୀଙ୍କ ବୀମା ରାଶି ପ୍ରଦାନ କରିବାକୁ ଦାବିହୋଇଛି
ବାଇଟ -ସୁଦର୍ଶନ ପାଣିଗ୍ରାହୀ
ବାଇଟ -ଦୃତିକୃଷ୍ଣ ପାଣିଗ୍ରାହୀ
Conclusion:ଅନ୍ୟପଟେ ସୋରଡ଼ା କୃଷି ଅଧିକାରି ଯୋଗାଯୋଗ କରିବାରୁ ସେ କହିଛନ୍ତି ସୋରଡ଼ା ଅଂଚଳରେ ଗତ ତିତିଲି ପ୍ରଳୟଙ୍କରୀ ବନ୍ୟା ରେ ଚାଷୀଙ୍କ ବହୁତ କ୍ଷତି ହୋଇଛି ବୀମା କମ୍ପାନୀ ର ଅଧିକାରୀ କୃଷି ଅଧିକାରୀ ତହସିଲଦାର ଅଧିକାରୀ ସମସ୍ତେ ଥାଇ ଆକଳନ କରାଗଲା 100%କ୍ଷତି ହୋଇଛି ବୋଲି କାହିଁକି ବୀମା କମ୍ପାନୀ ପଛଘୁଞ୍ଚା ଦେଲା ତାହା କହିହେବନି କମ୍ପାନୀ ପ୍ରତି ଅନୁକମ୍ପା ଦେଖାଇ ସରକାର ଚାଷୀଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି
ବାଇଟ -ତ୍ରିନାଥ ନାୟକ (କୃଷି ଓଭୋରସିଇର ,ସୋରଡ଼ା )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.