ବ୍ରହ୍ମପୁର: ସଟଡାଉନରେ ଆମାନିଆଙ୍କୁ ସାବାଡ କଲା ପୋଲିସ । ରାସ୍ତାରେ ଆସି ଟିକଟକ କରୁଥିବା 4 ଯୁବକଙ୍କୁ ପୋଲିସ ତାଗିଦ କରିଥିବା ଜଣାପଡିଛି । ଏହାପରେ ଯୁବକ କ୍ଷମା ମାଗି ଆଉ ଏକ ଭିଡିଓ କରି ଲୋକଙ୍କୁ ନିୟମ ମାନିବାକୁ ଅନୁରୋଧ କରିଥିବା ଜଣାପଡିଛି । ଏହି ଘଟଣା ଘଟିଛି ବ୍ରହ୍ମପୁର ସହରରେ ।
କୋରୋନା ସଂକ୍ରମଣ ରୋକିବାକୁ ଅଣ୍ଟା ଭିଡିଛି ଓଡିଶା । ଏଥିପାଇଁ ସବୁଠୁ ଅଧିକ ପ୍ରଭାବିତ 11ଟି ଜିଲ୍ଲାରେ ସପ୍ତାହର ଶେଷ 2 ଦିନ ସଟଡାଉନ କରାଯାଉଛି । ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାରେ ଏହି ନିୟମ ବଳବତ୍ତର ରହିଛି ।
ହେଲେ କିଛି ଅମାନିଆ ନିୟମ ମାନୁ ନଥିବାବେଳେ ସେମାନଙ୍କୁ ପୋଲିସ ସାବାଡ କରୁଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁରରେ 4 ଯୁବକ ସଟଡାଉନ ନିୟମ ଭାଙ୍ଗି ରାସ୍ତାରେ ଆସି ଟିକଟକ କରୁଥିଲେ । ଭିଡିଓ ଭାଇରାଲ ହେବା ପରେ ପୋଲିସ ସେମାନଙ୍କୁ ତାଗିଦ କରିଥିଲା । ଏହାପରେ ସେମାନେ କ୍ଷମା ମାଗିବା ସହ ପୁଣି ଏକ ଭିଡିଓ କରି ସରକାରଙ୍କ ନିୟମ ମାନିବାକୁ ଅନୁରୋଧ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ