ETV Bharat / state

ସଫେଇ ଆଳରେ ସୁନା ଠକେଇ ଅଭିଯୋଗ, ତିନି ଗିରଫ - ବ୍ରହ୍ମପୁରରେ ସୁନା ଅଳଙ୍କାର ଜବତ କରିଛି ପୋଲିସ

ସୁନା ସଫେଇ କରିବାର ଆଳରେ ସୁନା ଠକେଇ କରି ନେଉଥିବା ଗ୍ୟାଙ୍ଗର ଦୁଇ ସଦସ୍ୟ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ (gold ornaments robbery) । ଅଧିକ ପଢନ୍ତୁ

ସୁନା ସଫେଇ ଆଳରେ ସୁନା ଠକେଇ ଅଭିଯୋଗ,  ତିନି ଅଭିଯୁକ୍ତ ଗିରଫ

author img

By

Published : Oct 12, 2022, 4:14 PM IST

ବ୍ରହ୍ମପୁର: ସୁନା ସଫେଇ ଆଳରେ ଠକେଇ କରୁଥିବା ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନା ଅଞ୍ଚଳରେ ଗତ ସେପ୍ଟେମ୍ବର ମାସର 24 ତାରିଖରେ ଏକ କେମିକାଲ ପାଉଡର ନାମରେ ସୁନା ଅଳଙ୍କାର ସଫେଇ କରିବା ବାହାନାରେ ସୁନା ଅଳଙ୍କାର ନେଇଯିବା ଅଭିଯୋଗ ଘଟଣାର ତଦନ୍ତ କରିଥିଲା । ଏନେଇ ଗ୍ୟାଙ୍ଗର ଦୁଇ ସଦସ୍ୟ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ସେମାନଙ୍କ ନିକଟରୁ 186.5 ଗ୍ରାମର ଚୋରି ସୁନା ଅଳଙ୍କାର ଜବତ କରାଯାଇଛି ।

ସୁନା ସଫେଇ ଆଳରେ ସୁନା ଠକେଇ ଅଭିଯୋଗ, ତିନି ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ରାଳବ ଗ୍ରାମର ତୁଳସୀ ବିହାର ପ୍ରଥମ ଲାଇନରେ ରହୁଥିବା ନିରୂପମା ନନ୍ଦଙ୍କ ଘରେ ଦୁଇ ଜଣ ଅଜଣା ବ୍ୟକ୍ତି ବିଶେଷ ପ୍ରବେଶ କରି କେମିକାଲ ପାଉଡର ବ୍ୟବହାର କରି ସୁନା ଓ ରୂପା ସଫେଇ କରିବାର ପ୍ରତିଶୃତି ଦେଇଥିଲେ। ଏହାକୁ ନେଇ ମହିଳା ଜଣଙ୍କ ନିଜର ଗୋଟିଏ ସୁନା ଚେନ୍ , ମଙ୍ଗଳସୁତ୍ର ଓ ରୂପା ବ୍ରେସଲେଟ୍ ସଫେଇ କରିବା ପାଇଁ ଦେଇଥିଲେ । ହେଲେ ଏହି ଦୁଇ ଅଭିଯୁକ୍ତ ବାହାନା କରି ସୁନା ଚେନ୍ ଓ ମଙ୍ଗଳସୁତ୍ର କୁ ଚୋରି କରି ନେଇ ଯାଇଥିଲେ । ଯାହାକୁ ନେଇ ପୋଲିସ ଅଭିଯୋଗ ପାଇବା ପରେ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ତଦନ୍ତ କରି ବିହାର ରାଜ୍ୟର ଭୋଗାଲପୁର ଅଞ୍ଚଳର ଭାରତ ଶାହା ଓ ଦିନେଶ ପ୍ରସାଦ ଶାହା କୁ ଅଟକାଇ ତଦନ୍ତ କରିବା ପରେ ସେମାନେ ଚାରି ଜଣ ଦୁବୁର୍ତ୍ତ ଏପରି ଘଟଣା ଘଟାଉଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ ।

ତେବେ ମୁଖ୍ୟତଃ ଏହି ଗ୍ୟାଙ୍ଗ୍ ସଦସ୍ୟ ମାନେ ବରିଷ୍ଠ ମହିଳାଙ୍କୁ ସୁନା ସଫେଇ କରିବାର ଆଳ ଦେଖାଇ ଏପରି କରି ଆସୁଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ବ୍ରହ୍ମପୁର ସହରର ଲୋକେଶ ଓରଫ ପି.ରାଜେଶ କୁମାର ଙ୍କୁ ମଧ୍ୟ ଗିରଫ କରିଛି । ପୋଲିସ ତଦନ୍ତ ସମୟରେ ଗିରଫ ଅଭିଯୁକ୍ତ ମାନେ ଗୋଳନ୍ଥରା , ଦିଗପହଣ୍ଡି , କେ.ନୂଆଗାଁ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ମାଲାପୁଟି ଥାନା ଅଞ୍ଚଳର ଗୋଟିଏ ଲେଖାଏଁ ମାମଲାରେ ସଂପୃକ୍ତି ରହିଥିବା ପୋଲିସ ତଦନ୍ତରୁ ଜଣାପଡିଥିବା ବେଳେ ଘଟଣାର ଅଧିକ ଖୋଳତାଡ କରୁଛି ପୋଲିସ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.