ETV Bharat / state

ତୃତୀୟ ଦିନରେ ପହଞ୍ଚିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ - ଏମ୍.କେ.ସି.ଜି ମେଡିକାଲ

ତୃତୀୟ ଦିନରେ ପହଞ୍ଚିଛି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଛଟେଇ କରାଯାଇଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ । ସେପଟେ ଓଡିଶା ଆଉଟସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଶ୍ରମ ବିଭାଗକୁ ସାକ୍ଷାତ କରିଛନ୍ତି । ଅଧିକ ପଢନ୍ତୁ...

ଆଉଟସୋର୍ସିଂ କର୍ମଚାରୀଙ୍କ ଦାବୀ ନେଇ ରାଜସ୍ବ କମିଶନର ଓ ଶ୍ରମବିଭାଗକୁ ସାକ୍ଷାତ

author img

By

Published : Dec 19, 2020, 7:55 AM IST

ବ୍ରହ୍ମପୁର: ଏମ୍.କେ.ସି.ଜି ମେଡିକାଲରେ ଛଟେଇ କରାଯାଇଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଗତ ଦୁଇ ଦିନ ଧରି ଧାରଣାରେ ବସିରହିଥିବା ବ୍ରହ୍ମପୁର ସମସ୍ତ ଆଉଟସୋର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ ନ କରି ଅର୍ଥାତ ରୋଗୀଙ୍କ ସେବାରୁ ନିବୃତ ନହୋଇ ପ୍ରତିବାଦ ସ୍ବରୂପ କଳା ବ୍ୟାଚ୍ ପିନ୍ଧି ପ୍ରତୀକ ଧାରଣା ଜାରି ରଖିଛନ୍ତି । ସେପଟେ ତୃତୀୟ ଦିନରେ ଓଡିଶା ଆଉଟସୋରସିଂ କର୍ମଚାରୀ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଓ ଶ୍ରମ ବିଭାଗକୁ ସାକ୍ଷାତ କରିଛନ୍ତି ।

ତେବେ ଆଗାମୀ ଏକ ସପ୍ତାହ ମଧ୍ୟରେ ସଂଘର ପ୍ରତିଶୃତି ପୂରଣ ନହେଲେ ପୁନଶ୍ଚ ସମ୍ପୂର୍ଣ କାର୍ଯ୍ୟ ବନ୍ଦ କରାଯିବ ବୋଲି କର୍ମଚାରୀମାନେ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜିବି ମଧ୍ୟ ନିଯୁକ୍ତି ପାଇନଥିବା କର୍ମଚାରୀ ମାନେ ଆନ୍ଦୋଳନ ଅବ୍ୟାହତ ରଖିବେ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.