ETV Bharat / state

ଆଜିଠୁ ଜୁଲାଇ 5 ଯାଏଁ ସଟଡାଉନ ହେଲା ଛତ୍ରପୁର ସହର

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ଭୟଙ୍କର ରୂପ ନେଉଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିରେ ଗତ କିଛି ଦିନ ମଧ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ତହସିଲ, ଛତ୍ରପୁର ଏନଏସି ଓ ପୋଲିସ ପ୍ରଶାସନ ମିଳିତ ଭାବରେ ଏହି ପଦକ୍ଷେପ ନେବା ସହ ଛତ୍ରପୁର ସହରକୁ ସଟଡାଉନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

The town of Chhatrapur was shut down from today to July 5
ଆଜିଠୁ ଜୁଲାଇ 5 ଯାଏଁ ସଟଡାଉନ ହେଲା ଛତ୍ରପୁର ସହର
author img

By

Published : Jun 30, 2020, 5:57 PM IST

ବ୍ରହ୍ମପୁର: କୋରୋନା ସଂକ୍ରମଣ ଭୟରେ ସଟଡାଉନ ହେଲା ଗଞ୍ଜାମର ଛତ୍ରପୁର ସହର । ମଙ୍ଗଳବାର ଠାରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ସହରକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ଆଜିଠୁ ଜୁଲାଇ 5 ଯାଏଁ ସଟଡାଉନ ହେଲା ଛତ୍ରପୁର ସହର

ଜିଲ୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ଭୟଙ୍କର ରୂପ ନେଉଥିବା ବେଳେ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସିରେ ଗତ କିଛି ଦିନ ମଧ୍ୟରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ତହସିଲ, ଛତ୍ରପୁର ଏନଏସି ଓ ପୋଲିସ ପ୍ରଶାସନ ମିଳିତ ଭାବରେ ଏହି ପଦକ୍ଷେପ ନେବା ସହ ସଟଡାଉନ ଘୋଷଣା କରିଛନ୍ତି । ଏଥିସହ ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳ ଗୁଡିକୁ ନିଷିଦ୍ଧାଞ୍ଚଳ ଓ ତାକୁ ସଂଲଗ୍ନ କରୁୁଥିବା ବିଭିନ୍ନ ସାହିକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ସମୟରେ ଏନଏସି ପକ୍ଷରୁ ଛତ୍ରପୁର ସହରକୁ ପ୍ରବେଶ କରିଥିବା ବିଭିନ୍ନ ରାସ୍ତାକୁ ବ୍ୟାରିକେଡ ଦ୍ବାରା ସିଲ କରାଯାଇଛି ।

ସେହିପରି ରିକାପଲ୍ଲୀ ରେଳଫାଟକ, ଦେବୀ ନଗର ଛକ, ଏକାମ୍ରନଗର ଛକ, ଭିଜିଲାନ୍ସ ଅଫିସ ଛକ, କଲେଜ ଛକ ଗୋଟିଏ ପାର୍ଶ୍ବକୁ ସିଲ କରାଯାଇଥିବା ବେଳେ ଡିଆରଡିଏ ଛକର ଗୋଟିଏ ପାର୍ଶ୍ବ, ଗ୍ରୀଡ଼ ଛକ, ବାଲିବଗଡ଼ ରୋଡ଼, ଶାନ୍ତିନଗର ଛକ, କାଳୀ ମନ୍ଦିର ଦ୍ବିତୀୟ ଗଳି ସମେତ ବିଭିନ୍ନ ଯାତାୟତ ରାସ୍ତାକୁ ସିଲ୍ କରି ଦିଆଯାଇଛି ।

ଏହି ସମୟରେ ବିଭିନ୍ନ ସାହି ବାସିନ୍ଦାଙ୍କ ନିମନ୍ତେ ଏନଏସି ପକ୍ଷରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏପରିକି ପ୍ରଶାସନର ଅଧିକାରୀମାନେ ଏହାର ସ୍ଥିତି ପରଖିବା ନିମନ୍ତେ ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଥିବା ବେଳେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ ଏବଂ ଛତ୍ରପୁର ଥାନାଧିକାରୀ ପିୟସ ରଞ୍ଜନ ଛୋଟରାୟ, ଛତ୍ରପୁର ଏନଏସିର ୧୪ଟି ୱାର୍ଡ଼ ବୁଲି ପରିଦର୍ଶନ କରିଥିଲେ । ପୋଲିସ ସମସ୍ତ ଅଞ୍ଚଳ ପରିକ୍ରମା କରି କଡ଼ା ପାଟ୍ରୋଲିଂ କରୁଥିବା ବେଳେ ନିଷିଦ୍ଧାଞ୍ଚଳର ଲୋକଙ୍କ ସହିତ ସମଦୂରତା ରଖି ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ବିଭିନ୍ନ ସମ୍ପର୍କରେ ପଚାରି ବୁଝିଥିଲେ ।

ଏହାସହ କୌଣସି ଅତ୍ୟନ୍ତ ଆବଶ୍ୟକ ନଥିଲେ ଘରୁ ନ ବାହାରିବା, କୋରୋନା ନିୟମର କଡ଼ା ଅନୁପାଳନ କରିବା ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟତଃ କୋରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ନିଜେ ସଚେତନ ହୁଅନ୍ତୁ ଘରେ ରହି ନିଜକୁ ତଥା ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ କୁହାଯାଇଛି । ସେହିପରି ପରସ୍ପର ଠାରୁ ଦୁଇ ମିଟର ବ୍ୟବଧାନରେ ରହିବା, ମାସ୍କ ବ୍ୟବହାର କରିବା ଓ ହାତକୁ ବାରମ୍ବାର ଧୋଇବା ଉପରେ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ଵ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.