ETV Bharat / state

କୋରୋନା ରେୀଗୀଙ୍କ ଅନ୍ତିମ ସତ୍କାର କରି ଉଦାହରଣ ପାଲଟିଲେ ଉପଜିଲ୍ଲାପାଳ

ମାନବିକତାର ପରିଚୟ ଦେଖାଇଲେ ଉପଜିଲ୍ଲାପାଳ । ଉପଜିଲ୍ଲାପାଳଙ୍କ ଏହି ମଣିଷ ପଣିଆ ଦେଖି ଅଞ୍ଚଳବାସୀ କଲେ ଭୂରିଭୂରି ପ୍ରଶଂସା । ଅଧିକ ପଢନ୍ତୁ...

କୋରୋନା ରେୀଗୀଙ୍କ ଶବ ସତ୍କାର କରି ଉଦାହରଣ ପାଲଟିଲେ ଉପଜିଲ୍ଲାପାଳ

author img

By

Published : May 12, 2021, 5:51 PM IST

ଭଞ୍ଜନଗର: ଯେତେ ବି ବଡ ପଦବୀରେ ଥାଆନ୍ତୁନା କାହିଁକି କିନ୍ତୁ ମଣିଷ ପଣିଆ ଏବେ ବି ରହିଛି | କୁହାଯାଏ କି ଯେତେବେଳେ ମଣିଷ ବଡ ପଦବୀ କିମ୍ବା ଧନ ଦୌଲତର ଅଧିକାରୀ ହୋଇଥାଏ ସେତେବେଳେ ତାଙ୍କ ଠାରେ ମାନବିକତା ହଜିଯାଏ ନାହିଁ ବୋଲି ପ୍ରମାଣିତ କରିଛନ୍ତି । ପ୍ରଶାସନିକ ସ୍ତରର ଜଣେ ଉଚ୍ଚ ପଦସ୍ତ ଅଧିକାରୀ ସେ ଆଉ କେହି ନୁହଁନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ।

କୋରୋନା ରେୀଗୀଙ୍କ ଶବ ସତ୍କାର କରି ଉଦାହରଣ ପାଲଟିଲେ ଉପଜିଲ୍ଲାପାଳ

ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି ଯେ କୋଭିଡ କିମ୍ବା କୋଭିଡ୍ ସନ୍ଦିଗ୍ଧର ମୃତ୍ୟୁ ହେଲା ପରେ ପରିବାର ଲୋକ ମୁହଁ ଫେରେଇ ନେଉଛନ୍ତି | ଗତକାଲି ରାତିରେ ଏମିତି ଏକ ଘଟଣା ଦେଖିବାକୁ ମିଳିିଛି ଭଞ୍ଜନଗର ସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା ଡିସିଏଚସିରେ, ଭଞ୍ଜନଗର ଲଣ୍ଡେଇ ସାହି ବାସିନ୍ଦା କାଳୀ ଚରଣ ସାହୁ, 65 ବର୍ଷୀୟ କୋଭିଡ ସନ୍ଦିଗ୍ଧର ମୃତ୍ୟୁପରେ ପରିବାରର ଉପସ୍ଥିତ ଥିବା ସ୍ତ୍ରୀ, ଝିଅ, ବୋହୁ ମୃତଦେହ ନେବାକୁ ମନା କରିଦେଇଥିଲେ । ମୃତଦେହ ପଡି ରହିବା ଖବର ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ନିଜେ ଉପଜିଲ୍ଳାପାଳ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ନିରୀକ୍ଷକ ବଳରାମ ଜାନୀ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ମିଳିତ ଭାବେ ଉପଜିଲ୍ଲାପାଳଙ୍କ ସହ ଶବ ଉଠେଇବା ସହ ସହରର ଶେଷ ଭାଗରେ ଥିବା ଶ୍ମଶାନରେ ରାତି ପ୍ରାୟ 12.30 ମିନିଟ ସମୟରେ ସତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ।

ପରିବାର ଵର୍ଗ କରୋନା ସନ୍ଦେହ କରି ମୃତଦେହ ପାଖକୁ ଯାଇନଥିବା ବେଳେ ଖୋଦ୍ ଉପଜିଲ୍ଲାପାଳ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ କାର୍ଯ୍ୟାଳୟର ରାଜସ୍ବ ସହାୟକ ଯେଉଁ ଭଳି ଭାବେ ପରିଚୟ ଦେଇଛନ୍ତି ନିଶ୍ଟିତ ଭାବେ ପ୍ରଶଂସାର ପାତ୍ର | ଉପଜିଲ୍ଲାପାଳଙ୍କ ଏହି ମଣିଷ ପଣିଆ ଦେଖି ଅଞ୍ଚଳବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି । ମୃତ୍ୟୁ କାଳୀଙ୍କ ଭଉଣୀ ବର୍ତ୍ତମାନ ଡିସିଏଚସିରେ ଚିକିତ୍ସିତ ଥିବା ସୂଚନା ମିଳିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.