ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କଡରୁ ପୋଲିସ କଙ୍କାଳ ଉଦ୍ଧାର ହୋଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ମୁଣ୍ଡ ବିହୀନ କଙ୍କାଳ ପୋଲିସ ଠାବ କରିଛି ।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଉକ୍ତ ବିଲ ଗହୀରରେ ଏକ ମୃତଦେହ ପଡିଥିବା ବେଳେ ତାହା ପରବର୍ତ୍ତୀ ସମୟରେ କଙ୍କାଳ ହୋଇପଡ଼ିଥିବା କୁହାଯାଇଛି । ଗ୍ରାମର କିଛି ଲୋକ ଏହାକୁ ଠାବ କରି ପୋଲିସକୁ ଜଣାଇବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଉକ୍ତ କଙ୍କାଳକୁ ଠାବ କରିବା ସହ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ