ETV Bharat / state

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ, ଟିକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି

author img

By

Published : Feb 6, 2021, 10:42 AM IST

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାଦାନ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ କୋଭିଡ ଟିକା ନେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ । ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ମୋଟ 30ଟି ଟୀକାକରଣ କେନ୍ଦ୍ର ରହିଥିବା ବେଳେ ଆଜି ପ୍ରଥମ ଦିନରେ 3039 କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ।

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ, ଟିକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି
ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ, ଟିକା ନେଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି

ବ୍ରହ୍ମପୁର: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାଦାନ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ କୋଭିଡ ଟିକା ନେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ । ଗଞ୍ଜାମ ଜିଲ୍ଲାରେ ଆଜି ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ହେବ। ଏହି ପର୍ଯ୍ୟାୟରେ ଆଗଧାଡିର କୋରୋନା ଯୋଦ୍ଧାମାନଙ୍କୁ ଟୀକାକରଣ କରାଯାଉଛି । ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାରେ ମୋଟ 30ଟି ଟୀକାକରଣ କେନ୍ଦ୍ର ରହିଥିବା ବେଳେ ଆଜି ପ୍ରଥମ ଦିନରେ 3039 କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ।

ବିଶେଷ କରି ଜିଲ୍ଲାର ଜିଲ୍ଲାପାଳ ସମେତ ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ସହ ପୋଲିସ ଅଧିକ୍ଷକମାନଙ୍କୁ ମଧ୍ୟ ଟିକା ଦିଆଯିବ। ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଏହି ଅବସରରେ ଛତ୍ରପୁର ବ୍ଲକ ପରିସରରେ ଟିକା ପ୍ରଦାନ କରାଯାଇଛି । ପ୍ରଥମେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ କୁମାର ରାୟ କୋରୋନା ଟିକା ନେଇଥିଲେ। ଏହା ପରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଟୀକା ନେଇଥିଲେ । କୋରୋନା ଟୀକାରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ନାହିଁ। ଯେଉଁ ମାନଙ୍କର ଟିକା ନେବାର ସମୟ ଆସିବ ସେମାନେ ସମସ୍ତେ ସମ୍ପୃକ୍ତ କେନ୍ଦ୍ରକୁ ଯାଇ ଟିକା ନେବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। କୋରୋନା କଟକଣାକୁ ପାଳନ କରି ଟୀକାକରଣ ଜାରି ରହିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.