ବ୍ରହ୍ମପୁର: ଆହାର କେନ୍ଦ୍ର ସମୁଖର ଉଠା ଦୋକାନକୁ ଉଚ୍ଛେଦ କଲା ବ୍ରହ୍ମପୁର ମହାନଗର ନିଗମ । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡରେ ଅସ୍ଥାୟୀ ଦୋକାନ କରୁଥିବା ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ଏହି ଅବସରରେ ଏମ୍.କେ.ସି.ଜି ମେଡିକାଲର ଆହାର କେନ୍ଦ୍ର ସମୁଖରେ ଥିବା ଉଠା ଦୋକାନକୁ ଉଚ୍ଛେଦ କରିଛି ମହାନଗର ନିଗମ ।
ସହରର କେତେକ ଆହାର କେନ୍ଦ୍ର ସମୁଖରେ କିଛି ବ୍ୟକ୍ତିବିଶେଷ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀକୁ ନେଇ କେତେକ ବ୍ୟବସାୟ କରୁଥିବା ବେଳେ ଏମ୍.କେ.ସି.ଜି ସମ୍ମୁଖରେ ଏଭଳି ଖାଦ୍ୟକୁ କେନ୍ଦ୍ର ପରିସର ମଧ୍ୟକୁ ନ ନେବା ପାଇଁ ପରାମର୍ଶ ଦିଆଯାଇଛି । ବାହାର ଖାଦ୍ୟକୁ ଆହାର କେନ୍ଦ୍ର ପରିସରକୁ ନେବା ଦ୍ବାରା ଏକ ପ୍ରକାର ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବାରୁ ଏହାକୁ ଉଚ୍ଛେଦ କରାଯାଇଥିବା କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ