ETV Bharat / state

ଲକଡାଉନ୍ ବେଳେ କଳାବଜାରୀଙ୍କ ଉପରେ ନଜର ରଖିବ ଗଞ୍ଜାମ ଜିଲ୍ଲା ପ୍ରଶାସନ - Ganjam district administration will monitor the black market

ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ବେଆଇନ୍ ମହଜୁଦ୍ ଓ କଳାବଜାରୀଙ୍କ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରଖାଯାଉଛି କଡା ନଜର । ଏହି କ୍ରମରେ ଜିଲ୍ଲାରେ ଆଳୁ ଓ ପିଆଜ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳରେ ବିଭିନ୍ନ Fair Price Shop ମାଧ୍ୟମରେ ସୁଲଭ ମୂଲ୍ୟରେ ବିକ୍ରି କରାଯାଇଛି । ଅଧିକ ପଢନ୍ତୁ...

ଲକଡାଉନ୍ ବେଳେ କଳାବଜାରୀଙ୍କ ଉପରେ ନଜର ରଖିବ ଗଞ୍ଜାମ ଜିଲ୍ଲା ପ୍ରଶାସନ

author img

By

Published : May 6, 2021, 7:58 PM IST

ବ୍ରହ୍ମପୁର: ଲକଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ବେଆଇନ୍ ମହଜୁଦ୍ ଓ କଳାବଜାରୀଙ୍କ ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରଖାଯାଉଛି କଡା ନଜର । ଏହି କ୍ରମରେ ଜିଲ୍ଲାରେ ଆଳୁ ଓ ପିଆଜ ସମସ୍ତ ବ୍ଲକ୍ ଏବଂ ସହରାଞ୍ଚଳରେ ବିଭିନ୍ନ Fair Price Shop ମାଧ୍ୟମରେ ସୁଲଭ ମୂଲ୍ୟରେ ବିକ୍ରି କରାଯାଇଛି । ତେବେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସୁଲଭ ମୂଲ୍ୟରେ ବିକ୍ରି କରିବା ପାଇଁ ୮୪ ଜଣ ବିକ୍ରେତାଙ୍କୁ ଦାୟିତ୍ୱ ଦିଆଯାଇଛି । ତନ୍ମଧ୍ୟରୁ ୨୫ ଜଣ ବିକ୍ରେତା ବିକ୍ରିବଟା କରିଛନ୍ତି ।

ଲକଡାଉନ୍ ବେଳେ କଳାବଜାରୀଙ୍କ ଉପରେ ନଜର ରଖିବ ଗଞ୍ଜାମ ଜିଲ୍ଲା ପ୍ରଶାସନ
ଲକଡାଉନ୍ ବେଳେ କଳାବଜାରୀଙ୍କ ଉପରେ ନଜର ରଖିବ ଗଞ୍ଜାମ ଜିଲ୍ଲା ପ୍ରଶାସନ
ଲକଡାଉନ୍ ବେଳେ କଳାବଜାରୀଙ୍କ ଉପରେ ନଜର ରଖିବ ଗଞ୍ଜାମ ଜିଲ୍ଲା ପ୍ରଶାସନ
ଲକଡାଉନ୍ ବେଳେ କଳାବଜାରୀଙ୍କ ଉପରେ ନଜର ରଖିବ ଗଞ୍ଜାମ ଜିଲ୍ଲା ପ୍ରଶାସନ

ଦିନରେ ହୋଲସେଲ୍‌ ବିକ୍ରି ନିମନ୍ତେ ୬୩ କୁଇଣ୍ଟାଲ ଆଳୁ ଏବଂ ୩୧ କୁଇଣ୍ଟାଲ ପିଆଜ ଉଠାଯାଇଛି । ତନ୍ମଧ୍ୟରୁ ୩୬ କୁଇଣ୍ଟାଲ ୪୦ କି.ଗ୍ରା. ଆଳୁ ଏବଂ ୧୪ କୁଇଣ୍ଟାଲ ୧୦ କି.ଗ୍ରା. ପିଆଜ ବିକ୍ରି ହୋଇଥିବା ସୂଚନା ମିଳିଛି । ସମୁଦାୟ ୨୮୦ ଜଣ ଗ୍ରାହକ ଆଳୁ କ୍ରୟ କରିଥିବା ବେଳେ ୧୨୩ ଜଣ ଗ୍ରାହକ ପିଆଜ କିଣିଛନ୍ତି । ବଜାର ଦର ଅନୁସାରେ ଆଳୁ କ୍ରିଣ୍ଟାଲ ପ୍ରତି ୧୨୪୦ ଟଙ୍କା ଏବଂ ପିଆଜ କ୍ବିଣ୍ଟାଲ ପ୍ରତି ୧୭୫୦ ଟଙ୍କା ହୋଲସେଲ୍ ଦର ରହିଛି । ଗ୍ରାହକଙ୍କୁ ଆଳୁ କି.ଗ୍ରା. ପ୍ରତି ୧୮ ଟଙ୍କା ଏବଂ ପିଆଜ କି.ଗ୍ରା. ପ୍ରତି ୨୩ ଟଙ୍କାରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ବିକ୍ରି କରାଯାଇଥିବା ଗଞ୍ଜାମ ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଉମା ଶଙ୍କର ପତି ଜଣାଇଛନ୍ତି ।

ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଥିନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଚରୋଟି ଧରପଗଡ ଦଳ ଗଠନ କରାଯିବା ସହିତ ଅତ୍ୟାବଶ୍ୟକ ଜିନିଷ ଆଳୁ ଓ ପିଆଜକୁ ସୁଲଭ ଦରରେ ବିକ୍ରୟ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଦୈନିକ ଭିତ୍ତିରେ ଏହି ଚଢାଉ ଜାରି ରହିବ ବୋଲି କୁହାଯାଇଛି । ଆଳୁ କିଲୋ ୧୮ ଟଙ୍କା ଏବଂ ପିଆଜ କିଲୋ ୨୩ ଟଙ୍କାରେ ବିକ୍ରି ନିମନ୍ତେ ନିର୍ଦ୍ଦେଶ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.