ETV Bharat / state

ରାଜ୍ୟ ସରକାର ଆଣୁଥିବା କୃଷକ ଆଇନକୁ କରାଯିବ ପ୍ରତିବାଦ

author img

By

Published : Feb 14, 2021, 10:59 PM IST

କେନ୍ଦ୍ର ଓ କମ୍ପାନୀ ଚାପରେ ରାଜ୍ୟ ସରକାର ଆଣୁଥିବା କୃଷକ ବିରୋଧୀ ଆଇନକୁ ପ୍ରତିରୋଧ କରାଯିବ ବୋଲି ଚେତାବନୀ ଦେଇଛି ଅଖିଳ ଭାରତ କୃଷକ ସଙ୍ଘର୍ଷ ସମନ୍ବୟ କମିଟି । ଅଧିକ ପଢନ୍ତୁ....

ରାଜ୍ୟ ସରକାର ଆଣୁଥିବା କୃଷକ ଆଇନକୁ କରାଯିବ ପ୍ରତିବାଦ
ରାଜ୍ୟ ସରକାର ଆଣୁଥିବା କୃଷକ ଆଇନକୁ କରାଯିବ ପ୍ରତିବାଦ

ବ୍ରହ୍ମପୁର: କେନ୍ଦ୍ର ଓ କମ୍ପାନୀ ଚାପରେ ରାଜ୍ୟ ସରକାର ଆଣୁଥିବା କୃଷକ ବିରୋଧୀ ଆଇନକୁ ପ୍ରତିରୋଧ କରାଯିବ। ରାଜ୍ୟ ସରକାର କେନ୍ଦ୍ରର କୃଷକ ବିରୋଧି ଆଇନର ଅନୁରୂପ ଓଡିଶାରେ ଘରୋଇ ମଣ୍ଡି ବ୍ୟବସ୍ଥା ଲାଗୁ କରିବାକୁ ଗତ ୯ ତାରିଖରେ ଅଧ୍ୟାଦେଶକୁ ପୁନଃ ଜାରି କରି ଆସନ୍ତା ବିଧାନସଭା ବଜେଟ ଅଧିବେଶନରେ କୃଷିଜାତ ଦ୍ରବ୍ୟ ଓ ପଶୁସମ୍ପଦ କିଣାବିକା ବିଲ୍ ଉପସ୍ଥାପନ କରିବାକୁ ହୋଇଥିବା ନିଷ୍ପତ୍ତି ରାଜ୍ୟର ବିଜେଡି ସରକାରର ଏକ ବିଶ୍ବାସ ଘାତକ ନିଷ୍ପତ୍ତି । ଏପରି କହି ବ୍ରହ୍ମପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିଛନ୍ତି ଅଖିଳ ଭାରତ କୃଷକ ସଂଙ୍ଘର୍ଷ ସମନ୍ବୟର ରାଷ୍ଟ୍ରୀୟ ଉପଦେଷ୍ଠା ପ୍ରଫୁଲ ସାମନ୍ତରାୟ ।

ସମଗ୍ର ଦେଶରେ କେନ୍ଦ୍ର ସରକାର ଯେପରି ଭାବରେ କୃଷିକୁ ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ନିୟନ୍ତ୍ରଣ ନେବା ପାଇଁ ତିନୋଟି ଆଇନ ଜରିଆରେ ଷଡଯନ୍ତ୍ର କରିଥିବାରୁ ଦୀର୍ଘ ୮୨ ଦିନ ଧରି ଦିଲ୍ଲୀ ଚାରିପାଖରେ ଲକ୍ଷ ଲକ୍ଷ ଚାଷୀଙ୍କ ପ୍ରତିରୋଧ ଗଣଧାରଣା ଚାଲିଛି ଏବଂ ୨୨୦ ରୁ ଅଧିକ ଚାଷୀ ଶୀତ କାକର , ଦୁର୍ଘଟଣା ଓ ଆତ୍ମହତ୍ୟାରେ ଜୀବନ ଦେଇ ସାରିଲେଣି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ସେତିକିବେଳେ ରାଜ୍ୟ ସରକାର ମଣ୍ତି ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଘରୋଇ ମଣ୍ଡି ବ୍ୟବସ୍ଥା ଚାଲୁ କରିବା ପାଇଁ ନୂତନ ଆଇନ କରିବା କେନ୍ଦ୍ର ଦ୍ବାରା ହୋଇଥିବା ଚାଷୀଙ୍କ କଟା ଘା ରେ ଚୁନ ଦେବା ପରି ବୋଲି ନିନ୍ଦା କରିଛନ୍ତି ପ୍ରଫୁଲ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାୟକ ମଧ୍ୟ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.