ETV Bharat / state

ମମିତାଙ୍କୁ ନ୍ୟାୟ ଦାବିରେ ଗଞ୍ଜାମ ଏସ୍.ପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଯୁବ ମୋର୍ଚ୍ଚା

author img

By

Published : Oct 28, 2021, 9:26 PM IST

ମମିତାଙ୍କୁ ନ୍ୟାୟ ପ୍ରଦାନ ସହିତ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିଥିବା ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା । ଅଧିକ ପଢନ୍ତୁ...

ମମିତାଙ୍କୁ ନ୍ୟାୟ ଦାବିରେ ଗଞ୍ଜାମ ଏସ୍.ପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଯୁବ ମୋର୍ଚ୍ଚା
ମମିତାଙ୍କୁ ନ୍ୟାୟ ଦାବିରେ ଗଞ୍ଜାମ ଏସ୍.ପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି ଯୁବ ମୋର୍ଚ୍ଚା

ବ୍ରହ୍ମପୁର: କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ଘଟଣାରେ ଦିନକୁ ଦିନ ବିରୋଧି ଦଳ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଉଛି । ମମିତାଙ୍କୁ ନ୍ୟାୟ ପ୍ରଦାନ ସହିତ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିଥିବା ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଭାରତୀୟ ଜନତା ଯୁବମୋର୍ଚ୍ଚା ।

ଯୁବମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ବିକ୍ଷୋଭ କରାଯିବା ସହ ଏକ ଶୋଭାଯାତ୍ରାରେ ଦଳର ନେତୃବୃନ୍ଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚିଥିଲେ । ସେଠାରେ ଏହି ଘଟଣାକୁ ନିନ୍ଦା କରିବା ସହିତ ବିଭିନ୍ନ ପ୍ରମାଣ ମିଳିବା ପରେ ମଧ୍ୟ ସରକାରଙ୍କ ନୀରବଦ୍ରଷ୍ଟା ପ୍ରକୃତିକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ଏନେଇ ଘଟଣାର ସିବିଆଇ ତଦନ୍ତ ଦାବି ମଧ୍ୟ କରିଛନ୍ତି । ଏହାପରେ ଦଳ ଗଞ୍ଜାମ ଓ ଘୁମୁସର ସାଙ୍ଗଠନିକ ଜିଲ୍ଲାର କର୍ମକର୍ତ୍ତାଙ୍କ ପ୍ରତିନିଧି ମଣ୍ଡଳୀଙ୍କ ସହ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.