ETV Bharat / state

ଦିଗପହଣ୍ଡିରେ ଉଷ୍ମ ରାଜନୈତିକ ପାଗ, ବ୍ଳକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ପରେ ଉତ୍ତେଜନା

author img

By ETV Bharat Odisha Team

Published : Aug 31, 2023, 10:51 PM IST

ଦିଗପହଣ୍ଡିରେ ବିଜେଡି ୨ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ପରିସ୍ଥିତି । ଗୁରୁବାର ବ୍ଳକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ପରେ ଦେଖିବାକୁ ମିଳିଛି ଉତ୍ତେଜନା । ଅଧିକ ପଢନ୍ତୁ

Digapahandi block byelection cancelled
Digapahandi block byelection cancelled
ଦିଗପହଣ୍ଡିରେ ଉଷ୍ମ ରାଜନୈତିକ ପାଗ, ବ୍ଳକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ପରେ ଉତ୍ତେଜନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ କରାଯିବାକୁ ନେଇ ନିର୍ବାଚନ ମଣ୍ଡଳୀରେ ଗୁରୁବାର ଦେଖିବାକୁ ମିଳିଛି ଉତ୍ତେଜନା । ଦିନ ତମାମ ଅଞ୍ଚଳରେ ଉତ୍ତେଜନା ସାଙ୍ଗକୁ ରାସ୍ତାରୋକ କରାଯାଇଛି । ପୂର୍ବତନ ବ୍ଳକ ଅଧ୍ୟକ୍ଷାଙ୍କ ବିୟୋଗ ପରେ ସେହି ଆସନକୁ ପୁଣି କିଏ ହାତେଇବ ସେ ନେଇ ଦିଗପହଣ୍ଡିର ଦୁଇ ଗୋଷ୍ଠୀ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଜାରି ରହିଛି । ୨ ଗୋଷ୍ଠୀ ମଧ୍ୟରେ ଦେଖିବାକୁ ମିଳିଛି ଛକାପଞ୍ଝା ପରିସ୍ଥିତି ।

ଦିଗପହଣ୍ଡିରେ ବ୍ଳକ ଅଧ୍ୟକ୍ଷାଙ୍କ ନିର୍ବାଚନ ପାଇଁ ପୂର୍ବନିଷ୍ପତ୍ତି ଅନୁଯାଇ ସମସ୍ତ ସମିତି ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିଥିବା ବେଳେ ତାହାକୁ ହଠାତ ଆଇନଶୃଙ୍ଖଳା ଦୃଷ୍ଟିରେ ରଖି ବାତିଲ କରାଯାଇଥିବା କୁହାଯାଇଥିଲା । ଏହା ପରେ ଉପନିର୍ବାଚନ ବାତିଲକୁ ନେଇ ଅଞ୍ଚଳରେ ଏକପ୍ରକାର ଉତ୍ତେଜନା ଦେଖାଦେଇଛି । ବିଜେଡିର ଗୋଟିଏ ଗୋଷ୍ଠୀ ପ୍ରଶାସନର ଏକପାଖିଆ ନୀତିକୁ ବିରୋଧ କରି ରାସ୍ତାରୋକ କରିଥିଲେ ।

ଏହା ବି ପଢନ୍ତୁ- ଦିଗପହଣ୍ଡି ବିଜେଡି କଳିରେ ଗଲା ଆଉ ଜଣେ ନେତାଙ୍କ ଜୀବନ ! ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ନେଲାଣି ୬ ଜୀବନ

ଦିଗପହଣ୍ଡିର ବ୍ଳକ ଅଧ୍ୟକ୍ଷାଙ୍କ ମୃତ୍ୟୁ ପରେ ସେଠାରେ ରହିଥିବା ବିଜେଡି ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅସୁସ୍ଥ ପରେ ତାଙ୍କ ପୁତ୍ର ବିପ୍ଳବ ପାତ୍ର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କ ସମର୍ଥକମାନେ କିଏ ଏହି ପଦବୀକୁ ଅକ୍ତିଆର କରିବେ ତାହାକୁ ନେଇ ସମିତି ସଭ୍ୟମାନଙ୍କୁ ଏକ ପ୍ରକାର ନିଜ ସମର୍ଥନରେ ଏକତ୍ରିତ କରିଥିଲେ । ଏପରି ସମୟରେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ କରାଯିବାକୁ ନେଇ ଦେଖିବାକୁ ମିଳିଛି ଅଶାନ୍ତି ।

ସୂଚନା ଅନୁଯାୟୀ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଖୁବ ସରଗରମ ରାଜନୈତିକ ପାଣିପାଗ । ନିକଟରେ ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀଙ୍କ ଅକାଳ ବିୟୋଗ ହେବା ପରେ କିଏ ଧରିବ ବ୍ଲକର ମଙ୍ଗ ତାକୁ ନେଇ ଚାଲିଛି କସରତ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଅପ୍ରତିଦ୍ବନ୍ଦୀ ନେତା ସୁର୍ଯ୍ୟ ପାତ୍ରଙ୍କ ଅସୁସ୍ଥତା ପରେ ଏବେ ବିଜୁ ଜନତା ଦଳ ହୋଇଛି ଦୁଇ ଫାଳ । କ୍ଷମତାର ଶୀତଳଯୁଦ୍ଧ ଲାଗି ରହିଥିବା ଦେଖିବାକୁ ମିଳିଛି। ଦିଗପହଣ୍ଡି ବ୍ଲକ ଅଧୀନସ୍ଥ ୨୫ଟି ପଞ୍ଚାୟତ ରହିଥିବା ବେଳେ ଆଗାମୀ ଦିନରେ ପୁଣି ସମିତି ସଭ୍ୟ ଓ ସଭ୍ୟାମାନେ ବ୍ଲକ ଅଧ୍ୟକ୍ଷ ଲାଗି ନିଜର ମତ ସାବ୍ୟସ୍ତ କରିବେ। ଏଭଳି ପରିସ୍ଥିତିରେ କାହାର ପଲ୍ଲା ଭାରି ରହିବ ତାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.