ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର କାଳିପଲ୍ଲୀ ପଞ୍ଚାୟତର ଦୀପକ ଫଟିଲାଇଜର ପ୍ରକଳ୍ପ (Deepak Fertilizer project)କୁ ବିରୋଧ ହୋଇଛି । ଏନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି (Tension erupts as police villagers face off at Kalipalli Panchayat) । ଏହି ପ୍ରକଳ୍ପ ଲାଗି ଜମି ହରାଇଥିବା ଗ୍ରାମବାସୀ ବିରୋଧ କରିବା ପରେ ଏପରି ବିଶୃଙ୍ଖଳା ପରିସ୍ଥିତି ଉପୁଜିଛି ।
ଏହା ବି ପଢନ୍ତୁ- ବ୍ରହ୍ମପୁରରେ ସାମିଲ ହେବ ୪ଟି ଗାଁ
ଟାଟାର ମେଗା ପ୍ରକଳ୍ପ ପାଇଁ ଜମି ହରାଇଥିବା ଗ୍ରାମବାସୀ ମାନେ ଗତ କିଛି ମାସ ଧରି ଏହି ପ୍ରକଳ୍ପକୁ ବିରୋଦ୍ଧ କରିବା ପରେ ଏହି କାର୍ଯ୍ୟ ବନ୍ଦ ରହିଥିଲା । ହେଲେ ପୁଣି କିଛି ମାସର ବ୍ୟବଧାନ ପରେ ପୋଲିସ ଉପସ୍ଥିତିରେ ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଯୋଗୁଁ ଏପରି ଗ୍ରାମବାସୀ ସାମୁହିକ ଭାବରେ ପ୍ରକଳ୍ପ ସ୍ଥଳରେ ବିରୋଦ୍ଧ ସମୟରେ ଏପରି ଉତ୍ତୋଳନ ମୂଳକ ପରିସ୍ଥିତି ଲାଗି ରହିଛି ।
ଇଟିଭି ଭାରତ, ବ୍ରହ୍ମପୁର