ETV Bharat / state

ଛିନ୍ନମସ୍ତା ମନ୍ଦିରରୁ ଚୋରି ଘଟଣା: ଜଣେ ଗିରଫ, ରୂପା ମୁକୁଟ ସହ ଖୁଚୁରା ଟଙ୍କା ଜବତ - ଅଳଙ୍କାର ସହ ଜଣେ ଅଭିଯୁକ୍ତ ଗିରଫ

କବିସୂର୍ଯ୍ୟନଗରର ବୁଢ଼ାମ୍ବ ନିକଟ ଛିନ୍ନମସ୍ତା ମନ୍ଦିର ଚୋରି ଘଟଣା । ଅଳଙ୍କାର ସହ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

temple ornamental thief case one accuesed arrested in kabisuryanagar of ganjam
ଛିନ୍ନମସ୍ତା ମନ୍ଦିରରୁ ଚୋରି ଘଟଣା, ଅଳଙ୍କାର ସହ ଜଣେ ଅଭିଯୁକ୍ତ ଗିରଫ
author img

By

Published : Oct 31, 2021, 6:03 PM IST

ଭଞ୍ଜନଗର: ମନ୍ଦିରରୁ ଅଳଙ୍କାର ଚୋରି ଘଟଣାରେ କବିସୂର୍ଯ୍ୟନଗର ପୋଲିସକୁ ମିଳିଛି ସଫଳତା l ଅଭିଯୁକ୍ତକୁ ଗିରଫ କରିବା ସହ ବିପୁଳ ପରିମାଣରେ ଅଳଙ୍କାର ସମେତ ଖୁଚୁରା ଟଙ୍କା ଜବତ କଲା ପୋଲିସ ।

ଛିନ୍ନମସ୍ତା ମନ୍ଦିରରୁ ଚୋରି ଘଟଣା, ଅଳଙ୍କାର ସହ ଜଣେ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ ଗତ ଅଗଷ୍ଟ 25 ତାରିଖରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବୁଢ଼ାମ୍ବ ନିକଟ ଛିନ୍ନମସ୍ତା ମନ୍ଦିରରୁ ମାଙ୍କ ରୂପା ମୁକୁଟ, ଆଖି ସହିତ ହୁଣ୍ଡି ଭାଙ୍ଗି ଖୁଚୁରା ଟଙ୍କା ଚୋରି ହୋଇଥିଲା । ଆଜି କୌଣସି ସୂତ୍ରରୁ ପୋଲିସ ଖବର ପାଇ ଘଟଣାରେ ସମ୍ପୃକ୍ତ ଥିବା ପୋଲସରା ଥାନା ଢଉମାଳ ଗ୍ରାମର ପ୍ରଫୁଲ୍ଲ ପାତ୍ର ନାମକ ଯୁବକକୁ ସକାଳୁ ନିଜ ଗାଁରୁ ଗିରଫ କରିଛି ପୋଲିସ l ମନ୍ଦିରରୁ ଚୋରି ହୋଇଥିବା ମା ଙ୍କ 280ଗ୍ରାମ ଓଜନର ରୂପା ମୁକୁଟ, 8ଟି ରୂପା ଆଖି ସହିତ 1443 ଟଙ୍କାର ଖୁଚୁରା ଟଙ୍କା ଜବତ କରିଛି ।

ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ଥିବା ଆଉ 4 ଜଣ ସହଯୋଗୀ ଫେରାର ଥିବା ଜଣାପଡିଛି l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.