ETV Bharat / state

ଗଞ୍ଜାମ ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନଲାଇନ୍ ଗେମିଂକୁ କେନ୍ଦ୍ରକରି ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷକ ଦମ୍ପତି । ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର । ଅଧିକ ପଢନ୍ତୁ

ଗଞ୍ଜାମରେ ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Mar 7, 2023, 7:29 AM IST

ଗଞ୍ଜାମରେ ଶିକ୍ଷକ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ସଂସାର ଉଜାଡିଲା ଅନଲାଇନ ଗେମିଂ । ଅନଲାଇନ୍ ଗେମ୍‌କୁ ନେଇ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଶିକ୍ଷକ ଦମ୍ପତି । ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଅଛନ୍ତି । ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୋଲିସ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ଡେଙ୍ଗାଡି ଗ୍ରାମର ଜୟସେନ ମହାନ୍ତିଙ୍କ ପତ୍ନୀ ନିଳେନ୍ଦ୍ରୀ ମହାନ୍ତି । ଉଭୟ ସ୍କୁଲ ଶିକ୍ଷକ ଅଟନ୍ତି ।

ସୂଚନା ଅନୁସାରେ, ସ୍ବାମୀ ଜୟସେନ ସେରଗଡସ୍ଥିତ କାଚଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ । ପତ୍ନୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ନିଳେନ୍ଦ୍ରୀ ଦୁଇ ବର୍ଷ ତଳେ ଜୟସେନଙ୍କୁ ବିବାହ କରିଥିଲେ । ଜୟସେନ ଅନଲାଇନ ଗେମ୍‌ ଖେଳି ଲକ୍ଷାଧିକ ଟଙ୍କା ହରାଇ ଥିଲେ । ଧାର କରଜ କରି ସେ ଅନଲାଇନ ଗେମ୍ ଖେଳୁଥିଲେ । ଏହାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ନିଳେନ୍ଦ୍ରୀ ଏକ ଭୋଜିରେ ଯୋଗ ଦେବା ପାଇଁ ଘରକୁ ଆସିଥିବାବେଳେ ପୁଣିଥରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାପରେ ଦୁହେଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଜୟସେନଙ୍କ ମାଆ ପୁଅବୋହୂଙ୍କ ରୁମ୍ କବାଟ ବାଡେଇଥିଲେ । ହେଲେ କବାଟ ନଖୋଲିବାରୁ ସନ୍ଦେହ କରି ସେ ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀଙ୍କ ସହାୟତାରେ କବାଟ ଭଙ୍ଗାଯିବା ପରେ ନିଳେନ୍ଦ୍ରୀଙ୍କ ଝୁଲନ୍ତା ମୃତଦେହ ଏବଂ ପୁଅ ଜୟସେନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ଖବରପାଇ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଜୟସେନଙ୍କୁ ଆମ୍ବୁଲାନ୍ସ ସହାୟତାରେ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲା ଏବଂ ପତ୍ନୀଙ୍କ ମୃତଦେହ ଜବତ କରିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଅନଲାଇନ ଗେମ୍‌କୁ କେନ୍ଦ୍ରକରି ଏହି ଶିକ୍ଷକ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଅନଲାଇନ ଗେମ୍ ଓ ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରି ସର୍ବସ୍ବାନ୍ତ ହେବା ପରେ ଲୋକମାନେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଥିବା ଖବର ଅନେକ ସମୟରେ ସାମ୍ନାକୁ ଆସୁଛି ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା । ଏହାପରେ ଅଭିଯୁକ୍ତ ସ୍ବାମୀ କେହି ଘରେ ପଶି ତାଙ୍କର ପତ୍ନୀଙ୍କୁ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲା । ପରବର୍ତ୍ତୀ ସମୟରେ ପୋଲିସ ତଦନ୍ତ କରି ନିଜେ ସ୍ୱାମୀ ହିଁ ହତ୍ୟାକାରୀ ବୋଲି ଜାଣିବା ପରେ ଗିରଫ କରିଥିଲା । ଏପରିକି ମାଆଙ୍କୁ ବାପା ହତ୍ୟା କରିଥିବା ତାଙ୍କର ସାନ ପୁଅ ଜାଣିବା ପରେ ଅଭିଯୁକ୍ତ ବାପା ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.