ETV Bharat / state

ବନ୍ଧୁକ ମୁନରେ ଲୁଟ ମାମଲା ପର୍ଦ୍ଦାଫାସ, ନାବାଳକ ସମେତ ୫ ଗିରଫ - ପାଟପୁର ପୋଲିସ

ଗତ ୧୪ ତାରିଖରେ ତପ୍ତପାଣି ନିକଟରେ ଏକ ଚଳନ୍ତା କାରକୁ ଅଟକାଇ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଯୁବକଙ୍କୁ ଠାରୁ ଲୁଟ୍ କରିଥିବା ମାମଲାର ପର୍ଦ୍ଦାଫାସ କରିଛି ପାଟପୁର ପୋଲିସ । ଏହି ମାମଲାରେ ପୋଲିସ ଜଣେ ନାବାଳକ ସମେତ ୫ ଯୁବକଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବନ୍ଧୁକ ମୁନରେ ଲୁଟ ମାମଲା ପର୍ଦ୍ଦାଫାଶ, ନାବାଳକ ସମେତ ୫ ଗିରଫ

author img

By

Published : Aug 28, 2021, 7:38 AM IST

ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ନିକଟରେ ଗତ ୧୪ ତାରିଖ ଦିନ ଏକ ଚଳନ୍ତା କାରକୁ ଅଟକାଇ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଯୁବକଙ୍କୁ ଠାରୁ ଲୁଟ୍ କରିଥିଲେ । ଯାହାର ପର୍ଦ୍ଦାଫାସ କରିଛି ପାଟପୁର ପୋଲିସ । ଏହି ମାମଲାରେ ପୋଲିସ ଜଣେ ନାବାଳକ ସମେତ ୫ ଯୁବକଙ୍କୁ ଗିରଫ କରିଛି । ଏବଂ ସେମାନଙ୍କଠାରୁ ବ୍ୟବହୃତ କାର, ଗୋଟିଏ ବନ୍ଧୁକ, ଏକ ବାଇକ ଓ ନଗଦ ଏକ ଲକ୍ଷ ଏକ ହଜାର ଟଙ୍କା ଜବତ କରିଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି ।

ଗିରଫମାନଙ୍କ ମଧ୍ୟରେ କେ.ନୂଆଗାଁ ଥାନା ଅର୍ନ୍ତଗତ ଭୋଳାସିଙ୍ଗି ଗ୍ରାମର ଲକ୍ଷ୍ମୀକାନ୍ତ ସାହୁ, କୁଣ୍ଡା ଗ୍ରାମର ଜିତେନ୍ଦ୍ର ପ୍ରଧାନ , ଜଗମୋହନପୁର ଗ୍ରାମର ସାଗର ଗୌଡ ଓ କେ.ଚନ୍ଦନ ସୁବୁଦ୍ଧି ଏବଂ ବ୍ରହ୍ମପୁର କେନାଲ ସାହିର ବାବୁ ପାଇକ ଥିବା ସୂଚନା ଦିଆଯାଇଛି । ସୂଚନାନୁଯାୟୀ, ଅଗଷ୍ଟ ୧୪ ତାରିଖ ରାତିରେ କେ.ନୂଆଗାଁ ଥାନା ଅର୍ନ୍ତଗତ ଜଗମୋହନପୁର ଗ୍ରାମର ଗୁପ୍ତ ପ୍ରସାଦ ସାହୁ ସମେତ ୫ ଜଣ ମିଶି ନିଜ କାର ଯୋଗେ ଦାମନଯୋଡିରୁ ନିଜ ଗ୍ରାମକୁ ଫେରୁଥିଲେ । ତେବେ ସକାଳୁ ତପ୍ତପାଣି ଡ଼ାକବଙ୍ଗଳା ନିକଟରେ ୪ ଜଣ ଯୁବକ ଗୁପ୍ତ ପ୍ରସାଦଙ୍କ ଗାଡ଼ିକୁ ଅଟକାଇଥିଲେ । ଏହାପରେ ଦୁବୃର୍ତ୍ତମାନେ ବନ୍ଧୁକ ଦେଖାଇ ଗୁପ୍ତ ପ୍ରସାଦକୁ ମାଡ଼ ମାରି ୪ଟି ମୋବାଇଲ ସମେତ ମନିପର୍ସରେ ଥିବା ନଗଦ ୪୫ ହଜାର ଟଙ୍କା ଓ ସୁନା ଚେନକୁ ନେଇଯାଇଥିଲେ ।

ଏତିକିରେ ଦୁବୃର୍ତ୍ତମାନଙ୍କ ଲୋଭ ଛାଡି ନଥିଲା ଯେ, ଦିଗପହଣ୍ଡି ଆଣି ଗୁପ୍ତ ପ୍ରସାଦଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଏଟିଏମରୁ ଟଙ୍କା ଉଠାଇବା ପାଇଁ କହିଥିଲେ । ଯାହାଫଳରେ ଗୁପ୍ତ ଏକ ଫୋନ ଫେ ନମ୍ବରକୁ ୪୯ ହଜାର ଟଙ୍କା ପଠାଇଥିଲେ । ପୁଣି ଥରେ ଦୁବୃର୍ତ୍ତ ମାନେ ଗୁପ୍ତଙ୍କୁ ୧୦ ଲକ୍ଷ ଟଙ୍କା ମାଗିବାରୁ ସେ ତାଙ୍କ ସାଙ୍ଗକୁ କହି ୩୦ ହଜାର ଟଙ୍କା ଦେଇଥିଲେ । ଏହାପରେ ୧୫ ତାରିଖ ଦିନ ଦୁବୃର୍ତ୍ତମାନେ ଗୁପ୍ତଙ୍କୁ ବ୍ରହ୍ମପୁରର ଏକ ସୁନା ଦୋକାନକୁ ନେଇ ୫୦ ହଜାର ଟଙ୍କାର ସୁନା କିଣିବାକୁ କହିଥିଲେ । କିନ୍ତୁ ସେଠାରେ ଏଟିଏମ କାର୍ଡ ସ୍ବାଇପ ନ ହେବାରୁ ସେମାନେ ହଳଦିଆପଦର ନିକଟରେ ତାଙ୍କ ସିମ୍ କାର୍ଡ ଫେରାଇବା ସହ ୧ ହଜାର ଟଙ୍କା ଦେଇ ଛାଡି ଦେଇଥିବା ବେଳେ ହତ୍ୟା ଧମକ ଦେଇଥିଲେ ।

ଏହାପରେ ଗୁପ୍ତ ସମ୍ପର୍କୀୟଙ୍କ କାର ଯୋଗେ ପାଟପୁର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ୨୬୭/୨୧ ରେ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏପଟେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପାଟପୁର ପୋଲିସ ପକ୍ଷରୁ ଏକ ଟିମ୍ ଗଠନ ମଧ୍ୟ କରାଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଗତକାଲି(ଶୁକ୍ରବାର) ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.