ETV Bharat / state

ଗଞ୍ଜାମରେ ସ୍ବଚ୍ଛ ଭାରତ ଯୋଜନା ବାଟବଣା, ଲୋକଙ୍କ କାମରେ ଆସୁନି ଶୌଚାଳୟ - ଗଞ୍ଜାମରେ ସ୍ବଚ୍ଛ ଭାରତ ଯୋଜନା ବାଟବଣା

ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ ଯେଉଁ ନାରା ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ l ଶୌଚାଳୟ ନିର୍ମାଣ ହୋଇଛି କିନ୍ତୁ ତାହା ଲୋକଙ୍କ କାମରେ ଆସୁନି । ଅଧିକ ପଢନ୍ତୁ...

Swaccha Bharat mission failure in Ganjam, People not use latrine
ଗଞ୍ଜାମରେ ସ୍ବଚ୍ଛ ଭାରତ ଯୋଜନା ବାଟବଣା,ଲୋକଙ୍କ କାମରେ ଆସୁନି ଶୌଚାଳୟ
author img

By

Published : Aug 7, 2021, 6:46 PM IST

ଭଞ୍ଜନଗର: ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ ଯେଉଁ ନାରା ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ ତାହା ଏବେ ବାଟବଣା ହୋଇଛି l ଶୌଚାଳୟ ନିର୍ମାଣ ହୋଇଛି, ତାହା ଲୋକଙ୍କ କାମରେ ଆସୁନି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୌଡଗୋଠ ପଞ୍ଚାୟତର ଡୁମ୍ବୁଳା ଗ୍ରାମରେ l

ଗଞ୍ଜାମରେ ସ୍ବଚ୍ଛ ଭାରତ ଯୋଜନା ବାଟବଣା,ଲୋକଙ୍କ କାମରେ ଆସୁନି ଶୌଚାଳୟ

ଗ୍ରାମରେ ଚାଳିଶ ପରିବାର ବସବାସ କରୁଥିବାବେଳେ ସ୍ବଚ୍ଛ ଭାରତ ଯୋଜନାରେ ଗ୍ରାମର ସମସ୍ତ ପରିବାରକୁ ସରକାର ଶୌଚାଳୟ ଯୋଗାଇଥିଲେ । ହେଲେ ଶୌଚାଳୟ ଗୁଡିକ ନିମ୍ନ ମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ସେଥିମଧ୍ୟରୁ ଖଦାଳ ନାୟକଙ୍କୁ ମଧ୍ୟ ଶୌଚାଳୟ ମିଳିଛି କିନ୍ତୁ ସେ ଶୌଚାଳୟ ଭିତରେ ରୋଷେଇ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସେ ମଧ୍ୟ ସ୍ବୀକାର କରିଛନ୍ତି ଯେ ଶୌଚାଳୟଟି ନିମ୍ନ ମାନର ହୋଇଥିବାରୁ ଆମେ ବ୍ୟବହାର କରିଲୁ ନାହିଁ ତାକୁ ରୋଷେଇ ଶାଳ କରିଦେଇଛୁ l

ଆଗରୁ ଯେମିତି ବାହାରକୁ ମଳତ୍ୟାଗ କରିବାକୁ ଯାଉଥିଲୁ ସେମିତି ବାହାରକୁ ଯାଉଛୁ l ଗ୍ରାମରେ ନିର୍ମାଣ ହୋଇଥିବା ଅଧିକାଂଶ ଶୌଚାଳୟ ଭାଙ୍ଗି ରୁଜିଗଲାଣି ସେଥିପାଇଁ ଗ୍ରାମର ସମସ୍ତେ ବାହାରକୁ ମଳତ୍ୟାଗ କରିବାକୁ ଯାଇଥାନ୍ତି ବୋଲି କହିଛନ୍ତି ଗ୍ରାମବାସୀ l

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.