ETV Bharat / state

ଦିଗପହଣ୍ଡିରୁ ବିଜୟ ବାନା ଉଡାଇଲେ ସୂର୍ଯ୍ୟ

ଦିଗପହଣ୍ଡି ଆସନରୁ ପୁଣିଥରେ ବିଜୁ ଜନତା ଦଳ ଉପସଭାପତି ତଥା ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ବିଜୟ ଲାଭ କରିଛନ୍ତି । ଲୋକଙ୍କ ସହ ନିଜକୁ ଯୋଡିବା ସହ ସେମାନଙ୍କ ସୁଖଦୁଃଖରେ ଭାଗିଦାର ହେବା ଓ ଲୋକଙ୍କ ସମସ୍ୟା ସମାଧାନ ଦୂର କରିବା ନିଜର କର୍ତ୍ତବ୍ୟ ବୋଲି କହିଛନ୍ତି ସୂର୍ଯ୍ୟ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : May 24, 2019, 8:44 AM IST

Updated : May 24, 2019, 11:54 AM IST

ଭୁବନେଶ୍ବର: ସାରା ରାଜ୍ୟରେ ବିଜେଡି ବାଜିମାତ କରିଥିବା ବେଳେ ଦିଗପହଣ୍ଡି ଆସନରୁ ପୁଣିଥରେ ବିଜୁ ଜନତା ଦଳ ଉପସଭାପତି ତଥା ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ବିଜୟ ଲାଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ବିକାଶର ଧାରାକୁ ପାଥେୟ କରି ଲୋକଙ୍କ ପାଖରେ ପହଞ୍ଚି ପାରିଥିବାରୁ ସୂର୍ଯ୍ୟ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଦିଗପହଣ୍ଡି ଅଞ୍ଚଳର ପ୍ରତି ପରିବାର ସହ ନିଜକୁ ଯୋଡିବା ସହ ସେମାନଙ୍କ ସୁଖ ଦୁଃଖରେ ଭାଗିଦାର ହେବା ଓ ଲୋକଙ୍କ ସମସ୍ୟା ସମାଧାନ ଦୂର କରିବା ନିଜର କର୍ତ୍ତବ୍ୟ ରହିବ ବୋଲି ସୂର୍ଯ୍ୟ କହିଛନ୍ତି ।

ଅନ୍ୟ ପକ୍ଷରେ ସୂର୍ଯ୍ୟ ଉଭୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିବା ସହ ବିଜେପି ଦେଇଥିବା ପ୍ରତିଶୃତି ପୂରା କରିପାରି ନଥିବା କହିଛନ୍ତି । କଂଗ୍ରେସ କିଛି କାମ କରିନଥିବାରୁ ବିଜେପିକୁ ଭୋଟ ମିଳିଥିବା ସୂର୍ଯ୍ୟ କହିଛନ୍ତି । ଏଥି ସହିତ ହିନ୍ଦି ହାର୍ଟ ଲ୍ଯାଣ୍ଡରେ ଲୋକେ ବିଜେପିକୁ ସମର୍ଥନ କରିଥିବାରୁ ବିଜେପିର ବିଜୟ ସହଜ ହୋଇଥିବା ସୂର୍ଯ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୁପା ସମନ୍ତରାୟ, ଇଟିଭି ଭାରତ

Last Updated : May 24, 2019, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.