ETV Bharat / state

ସମସ୍ୟାରେ ଆଖୁଚାଷୀ, ଅନ୍ଧାରରେ ଆଖୁଚାଷ

ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷ ପ୍ରତି ଚାଷୀଙ୍କ କମୁଛି ଆଗ୍ରହ । ବଜାରରେ ଘନ ଘନ ଦରଦାମ ବୃଦ୍ଧି ଘଟୁଥିବା ବେଳେ ତା ସାଙ୍ଗରେ ପୁଣି ଜଳ ସଙ୍କଟ । ଯାହା ଫଳରେ ଆଖୁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ ।

author img

By

Published : Mar 10, 2019, 3:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ ଆଖୁ ଚାଷ ପ୍ରତି ଚାଷୀଙ୍କ କମୁଛି ଆଗ୍ରହ । ଆଉ ଆଗ ଭଳି ଆଖୁ ଚାଷ ପ୍ରତି ମନ ବଳାଉ ନାହାନ୍ତି ଚାଷୀ । କାରଣ ଆଖୁ ଚାଷରୁ ଲାଭ ପାଉନାହାନ୍ତି ଚାଷୀ । ଦରଦାମ ବୃଦ୍ଧି ସାଙ୍ଗକୁ ଜଳସେଚନର ଅଭାବ, ଫଳରେ ଆଖୁ ଚାଷ କରି କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି ଚାଷୀ ।

ସୋରଡା ବ୍ଲକର ସିଦ୍ଧପୁର ପଞ୍ଚାୟତରେ ଆଗରୁ ବହୁଳ ପରିମାଣରେ ଆଖୁ ଚାଷ କରାଯାଉଥିଲା । ତେବେ ଜିଲ୍ଲାରେ ଗୁଡର ଚାହିଦା ରହିଥିବାରୁ ଆଖୁରୁ ଗୁଡ ପ୍ରସ୍ତୁତ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ ଚାଷୀ । କାଳକ୍ରମେ ଆଖୁ ଚାଷ ପ୍ରତି ଚାଷୀ ଆଗ୍ରହ କମିଛି । କାରଣ ବଜାରରେ ଘନ ଘନ ଦରଦାମ ବୃଦ୍ଧି ଘଟୁଥିବା ବେଳେ ତା ସାଙ୍ଗରେ ପୁଣି ଜଳ ସଙ୍କଟ । ଯାହା ଫଳରେ ଆଖୁ ଚାଷ ପ୍ରତି ବିମୁଖ ହେଉଛନ୍ତି ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ତେବେ ବରଗଡ ଅଞ୍ଚଳରେ ଜଳସେଚନ ପାଇଁ ହରଭଙ୍ଗି ଘାଇ ଉପରରେ ନିର୍ଭର କରନ୍ତି ଚାଷୀ । କିନ୍ତୁ ବର୍ଷ ତମାମ ଏଠାରେ ଜଳର ଅଭାବ ଦେଖାଯାଏ । ଏପରିକି ଜଳସେଚନ ପାଇଁ ପାଣି ପମ୍ପର ସୁବିଧା ନଥିବାରୁ ଅନେକ ଅସୁବିଧାର ସମ୍ମୁଖିନ ହୁଅନ୍ତି ଚାଷୀ । ଜଳର ସଙ୍କଟ ଯୋଗୁଁ ଧିରେ ଧିରେ ଆଖୁ ଚାଷୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଯଦି ପୁଣି ଥରେ ଜଳସେଚନର ସୁବିଧା କରାଯାଆନ୍ତା ତାହାଲେ ପୁନର୍ବାର ଏ ଅଞ୍ଚଳରେ ବହୁଳ ଭାବରେ ଆଖୁ ଚାଷ କରାଯିବ ବୋଲି ଚାଷୀ କହିଛନ୍ତି ।

ଗୋଟେପଟେ ଆଖୁ ଚାଷୀଙ୍କ ପ୍ରତି ସରକାର ଆଖି ବୁଜିଦେଇଥିବା ବେଳେ ପାରମ୍ପରିକ ରୀତିରେ ଗୁଡ ପ୍ରସ୍ତୁତ କରି ଆଖୁ ଚାଷକୁ ବଞ୍ଚାଇ ରଖିଛନ୍ତି ସିଦ୍ଧପୁରର ଚାଷୀ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

 ଥାନା ଉପରେ ଆକ୍ରମଣ ଘଟଣା । ଶେଷରେ ବନ୍ଧାହେଲେ ପ୍ରକାଶ।

ସହିଦନଗର ଥାନାରେ ପୋଲିସ କୁ ଆକ୍ରମଣ କରିବା ଘଟଣାରେ  କମିଶନରେଟ ପୋଲିସ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିବା ପ୍ରକାଶ ତ୍ରିପାଠୀଙ୍କୁ ମଧ୍ୟ ଶନିବାର ଦିନ ଗିରଫ କରିଥିଲା ପୋଲିସ। ପ୍ରକାଶ ହେଉଛନ୍ତି ବିଜୁ ଯୁବ ଜନତା ଦଳର  ଉପ ସଭାପତି । ନିଜକୁ ପ୍ରଭାବଶାଳୀ ବ୍ୟକ୍ତି କହି ବୁଲୁଥିବା ପ୍ରକାଶ ଏବେ ହାଜତରେ।  ପୋଲିସ ପ୍ରକାଶ ଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି। ଏହି ଘଟଣାକୁ ନେଇ ପୂର୍ବରୁ ଆଉ ୭ଜଣଙ୍କୁ ଗିରଫ କରିସାରିଛି ସହିଦନଗର ପୋଲିସ। ପ୍ରକାଶ ଗିରଫ ହେବା ପରେ ଦଳରୁ ବହିସ୍କାର କଲେ ବିଜୁ ଜନତା ଦଳର ସୁପ୍ରିମୋ ଦଳର ସଭାପତି ନବୀନ ପଟ୍ଟନାୟକ।

୫ଦିନ ପରେ ପୋଲିସ ସେହି ଘଟଣା ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭିନ୍ନ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ରେଡ୍ କରାଯାଇଥିଲା।  ଭୁବନେଶ୍ୱର ୟୂପିଡି ରେ ଘଟିଥିବ  ଘଟଣା ପରଠାରୁ ୮ ଜଣଙ୍କୁ ଗିରଫ କରାଯାଇଛି।  ଯେ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇନାହିଁ ସେ ପର୍ଯ୍ୟନ୍ତ ପୋଲିସ ର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିବ। ଗିରଫ ହୋଇଥିବା ପ୍ରକାଶ ତ୍ରିପାଠୀ ଙ୍କ ର କଣ୍ ଭୂମିକା ରହିଥିଲା ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରିବା କମିଶନରେଟ ପୋଲିସ । ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଇଛି ସେଥିରୁ ମଧ୍ୟ କିଛି ପ୍ରମାଣ ମିଳିଛି। ସିସିଟିଭି ଆଧାରରେ ମଧ୍ୟ ତଦନ୍ତ କରାଯିବ। ୧୪୯ ଧାରା ରେ ମାମଲା ରୁଜୁ କରାଯାଇଛି। ସମସ୍ତ ଅଭିଯୁକ୍ତ ଙ୍କୁ ପଚରାଉଚରା କରାଯିବା ସହ ପାଖ ପାଖି ୧୫ଜଣ ଅଭିଯୁକ୍ତ ଙ୍କ ନାମ ମିଳିଥିଲା । ପୋଲିସ ର ପ୍ରୟାସ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି। 

ସୂଚନା ଅନୁଯାୟୀ, କିଛି ଦିନ ତଳେ ରାତିରେ କିଛି ଯୁବକ ସହିଦ ନଗର ଥାନା ଭିତରେ ପୋଲିସ ଉପରକୁ ଆକ୍ରମଣ କରିବା ସହ ଥାନା ଭିତରେ ଥିବା ଜିନିଷକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣା ରେ ମୋଟ ୮ଜଣଙ୍କୁ ଗିରଫ ହୋଇଛନ୍ତି। ସେମାନେ ହେଲେ ଲିପୁ ସ୍ୱାଇଁ, ସିବା ରେଡି, ଅମିତ୍ ଜେନା , ଅଶୋକ ମଲ୍ଲିକ, ଶିବାନନ୍ଦ ଓ ବାଣୀ କଲ୍ୟାଣ ମହାନ୍ତି କୁ ଗିରଫ କରିଥିଲା ପୋଲିସ। 

Byte- କମିଶନର ସତ୍ୟଜିତ ମହାନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.