ETV Bharat / state

ଛାତ୍ରଙ୍କ ଦାଦାଗିରି, ଲାଞ୍ଚ ଅଭିଯୋଗରେ କର୍ମଚାରୀଙ୍କୁ ନିସ୍ତୁକ ମାଡ଼

ଆଇନକୁ ହାତକୁ ନେଲେ ଛାତ୍ର । ଲାଞ୍ଚ ନେଉଥିବା ଅଭିଯୋଗରେ କର୍ମଚାରୀଙ୍କୁ ନିଧୁମ ମାଡ଼ । ଏହା ସହ କଲେଜ ପରିସରରେ ଟ୍ୟାୟାର ଜାଳି ଉତ୍ତେଜନା । ବିଶୃଙ୍ଖଳା ସୃଷ୍ଟି କରିଥିବା ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଲେଜ କର୍ତ୍ତୁପକ୍ଷ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Sep 25, 2019, 11:19 AM IST

ବ୍ରହ୍ମପୁର: ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା । ଜଣେ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି କଲେଜର କିଛି ଛାତ୍ର । ଲାଞ୍ଚ ନେଉଥିବା ଅଭିଯୋଗକୁ ନେଇ ଏଭଳି ଅଶାନ୍ତକର ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତେଜିତ ଛାତ୍ରମାନେ ମହାବିଦ୍ୟାଳୟ ଫାଟକରେ ତାଲା ପକାଇବା ସହିତ ଟାୟାର ଜାଳି ନାରାବାଜି କରିଥିଲେ । ଏହା ସହ କଲେଜ ଅଧକ୍ଷଙ୍କ ପ୍ରକୋଷ୍ଠକୁ ମଧ୍ୟ ତାଲା ପକାଇଛନ୍ତି ।

କଲେଜ ପରିସସରେରେ ଛାତ୍ରଙ୍କ ଉତ୍ତେଜନା

ପରିସ୍ଥିତିକୁ ଦେଖି ଘଟଣା ସ୍ଥଳରେ ପୋଲିସ ଏବଂ ସ୍ଥାନୀୟ ବିଧାୟକ ପହଁଚି ଛାତ୍ରଙ୍କୁ ବୁଝାସୁଝା କରିଥିଲେ । ଏହା ସହ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟକ୍ଷ,ପରିଚାଳନା ସଭାପତି, ବିଧାୟକ ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ଛାତ୍ରମାନଙ୍କର ଅଭିଭାବକଙ୍କୁ ନେଇ ଏକ ଶୃଙ୍ଗଳା ବୈଠକ ବସିଛି । କଲେଜ ପରିସରରେ ଉତ୍ତେଜନା ସହ ବିଶୃଙ୍ଖଳା କରୁଥିବା ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ଲାଞ୍ଚ ନେଉଥିବା ଅଭିଯୁକ୍ତ ନାମରେ ମାମଲା ରୁଜୁ କରାଯାଇଛି ।

ଯୁକ୍ତଦୁଇ ନାମଲେଖା ବେଳେ ଡା଼ଟା ଏଣ୍ଟି କରାଇବାକୁ ଲାଞ୍ଚ ନେଉଥିବା ଅଭିଯୋଗ ଆଣିଥିଲେ ଛାତ୍ର । ପରେ ଉତ୍ତେଜିତ ଛାତ୍ରମାନେ ଡାଟା ଏଣ୍ଟ୍ରି ଅପେରେଟର ପ୍ରଭାକର ସାହୁକୁ ମାଡ଼ ମାରିଥିଲେ । ଏହା ସହ କଲେଜ ପରିସରରେ ଉତ୍ତେଜନା ସୃଷ୍ଟି କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ମହାବିଦ୍ୟାଳୟ ପରିସରରେ ଜଣେ କର୍ମଚାରୀ ଙ୍କୁ ମାଡ ମାରୁଥିଲେ କିଛି ।ବାହାରକୁ ଟାଣି ଟାଣି ଆଣି କଲେଜ ଫାଟକ କୁ ତାଲା ମଧ୍ଯ ପକାଇଥିଲେ କିଛି ବିଦ୍ୟାର୍ଥୀ ।ଏପରିକି ମାଡ ମାରିଥିବା କର୍ମଚାରୀ ଙ୍କୁ ମହାବିଦ୍ୟାଳୟ ରୁ ବହିଷ୍କାର କରିବା ଦାବୀରେ ଟାୟର ଜାଳୁଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ ସ୍ଥାନୀୟ ବିଧାୟକ। ଆଉ ଏହା ବିଦ୍ୟାର୍ଥୀ ମାନେ କାହାରିକୁ ଘଟଣା ଅବଗତ ନକରାଇ ଏଭଳି ହାତଗଣତି ଛାତ୍ର ଙ୍କ କାର୍ଯ୍ୟକଳାପ କୁ ନେଇ ଯୁକ୍ତିତର୍କ ପରେ ହଟିଥିଲା ଆନ୍ଦୋଳନ ଏବଂ ଖୋଲାଯାଇଥିଲା କଲେଜ ର ତାଲା ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ।
ଯୁକ୍ତ ଦୁଇ ରେ ନାମଲେଖା କୁ ନେଇ କଲେଜ ପରିସର ରେ ଉତ୍ତୋଜନା ଦେଖାଦେବା ପରେ ମହାବିଦ୍ୟାଳୟରେ ଦାୟିତ୍ୱରେ ଥିବା ଡାଟାଏଣ୍ଟ୍ରି ଆପରେଟର ପ୍ରଭାକର ସାହୁ ଲାଞ୍ଚ ନେଉଥିବା ଅଭିଯୋଗ ଆଣି ଏଭଳି ଏକ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା |ଡାଟା ଏଣ୍ଟ୍ରି ଅପେରେଟର ପ୍ରଭାକର ସାହୁ ଛାତ୍ର ମାନେ ଟାଣିଆଣି ମାଡ଼ମାରିବା ସହ ଅଧ୍ୟକ୍ଷ ଙ୍କ ପ୍ରକୋଷ୍ଠ କୁ ତାଲା ପକାଇ ଦେଇଥିଲେ |ଏହା ସହ କଲେଜ ସମୁଖରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ | କଲେଜ ଅଶାନ୍ତ ପରିସ୍ଥିତି ଦେଖି ସ୍ଥାନୀୟ କଲେଜର ପରିଚାଳନା ସଭାପତି ତଥା ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନା ଅଧିକାରୀ ସହ କଲେଜ ଅଧ୍ୟକ୍ଷ ସହ ଅଧ୍ୟାପକ ସହଏକ ବୈଠକ ବସି ବିଶୃଙ୍ଖଳା ଛାତ୍ର ବିରୋଧରେ ପରିବାର ବର୍ଗ ଙ୍କୁ ଡାକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଡାଟା ଏଣ୍ଟ୍ରି ଅପ୍ରେଟର ଙ୍କ ଏତଲା ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି | ଗତ କିଛି ଦିନ ତଳେ ଡାଟା ଅପରେଟର ଲାଞ୍ଚ ମାଗିବା ଘଟଣା ଅଭିଯୋଗ ଆସିଥିବା ବେଳେ ଏହାର ତଦନ୍ତ ସମୟରେ କୈଣସି ସତ୍ୟତା ନଥିବା ଜଣାପଡିଥିଲା ।
କିଭଳି ରହିଥିଲା ସ°ପୂର୍ଣ୍ଣ ଘଟଣା. ଆସନ୍ତୁ ଦେଖିବା ଭିଡିଓ..
Body:ବାଇଟ୍-ଶ୍ରୀକାନ୍ତ ସାହୁ(ବିଧାୟକ, ପୋଲସରା)
Conclusion:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ..
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.