ETV Bharat / state

ମହାବିଦ୍ୟାଳୟରୁ ଏନସିସି ଉଚ୍ଛେଦକୁ ନେଇ ଛାତ୍ରଙ୍କ ଧାରଣା - over NCC remova

ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଆର୍ମି ୱିଙ୍ଗ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏନସିସି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଛାତ୍ରଙ୍କ ଧାରଣା
ଛାତ୍ରଙ୍କ ଧାରଣା
author img

By

Published : Feb 2, 2021, 10:00 AM IST

ବ୍ରହ୍ମପୁର: ମହାବିଦ୍ୟାଳୟରୁ ଏନସିସି ଉଚ୍ଛେଦକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଆର୍ମି ୱିଙ୍ଗ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଏନସିସି ଛାତ୍ରଛାତ୍ରୀ ।

ଏନସିସି ଛାତ୍ରଛାତ୍ରୀଙ୍କ ଧାରଣା

ଭାରତୀୟ ସେନା ବାହିନୀ ହେଉ ବା ପୋଲିସ ଭଳି ବିଭିନ୍ନ ବିଭାଗରେ ବାହାରୁଥିବା ନିଯୁକ୍ତିରେ ଏନ୍.ସି.ସି ବିଦ୍ୟାର୍ଥୀଙ୍କ ନିମନ୍ତେ ସ୍ବତନ୍ତ୍ର ସ୍ଥାନ ସଂରକ୍ଷିତ ରହୁଛି । ଏ ନେଇ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏନସିସିରେ ଯୋଗ ଦେଇ ପ୍ରମାଣପତ୍ର ପାଇବା ସହିତ ବହୁ ସରକାରୀ ଚାକିରିରେ ଯୋଗ ଦେଉଛନ୍ତି ।

ହେଲେ ମହାବିଦ୍ୟାଳୟରୁ ଏନସିସି ବିଭାଗକୁ ଏଭଳି ଉଚ୍ଛେଦ କରାଯିବା ନିଷ୍ପତ୍ତିକୁ ଛାତ୍ରଛ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏ ନେଇ ମହାବିଦ୍ୟାଳୟର ଫାଟକ ଆଗରେ ଧାରଣାରେ ବସିଛନ୍ତି ଏନସିସି ଛାତ୍ରଛାତ୍ରୀ । ଏ ଦିଗରେ ଏନ୍.ସି.ସି କର୍ତ୍ତୁପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବି ହୋଇଛି । ଯଦି ସମସ୍ୟାର ସମାଧାନ ନକରାଯାଏ ତେବେ ଆଗକୁ ଏ ନେଇ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଏନ.ସି.ସି କର୍ତ୍ତୁପକ୍ଷଙ୍କ ପକ୍ଷରୁ ମିଳିଥିବା ପତ୍ରକୁ ନେଇ ମହାବିଦ୍ୟାଳୟରେ ଏନ.ସି.ସି ଶିକ୍ଷାର୍ଥୀଙ୍କୁ ତାଲିମ ଦେବା ପାଇଁ କେହି ଶିକ୍ଷକ ନଥିବା ବହୁ ପୂର୍ବରୁ ପତ୍ରରେ ଲେଖାଯାଇଥିଲା ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.