ETV Bharat / state

ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ନେଇ ରାଜ୍ୟବ୍ୟାପି ଛାତ୍ରଛାତ୍ରୀଙ୍କ ବିରୋଧ - ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ

ଛାତ୍ର ସଂସଦ ନିର୍ବାଚନ ବାତିଲ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ । ଏହାକୁ ବିରୋଧ କରି ସମଗ୍ର ରାଜ୍ୟରେ ତୀବ୍ର ବିରୋଧ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା/ପ୍ରତିନିଧି,କଟକ, ରାଇରଙ୍ଗପୁର
author img

By

Published : Aug 25, 2019, 2:11 AM IST

ରାଇରଙ୍ଗପୁର : ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ପରେ ଏବେ ସମଗ୍ର ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଯାହା ଫଳରେ ସବୁଆଡେ ଛାତ୍ରମାନେ ଏହାର କଡା ବିରୋଧ କରିବା ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼.ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା/ପ୍ରତିନିଧି,କଟକ, ରାଇରଙ୍ଗପୁର

ଛାତ୍ର ସଂସଦ ନିର୍ବାଚନ ବାତିଲ ପାଇଁ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ର ସଂଗଠନ ABVP ଶାଖା ତରଫରୁ ରାଇରଙ୍ଗପୁର କଲେଜ ସାମନାରେ ବିଭୋକ୍ଷ ପ୍ରଦର୍ଶନ କରିବା ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ତେବେ ନିର୍ବାଚନ ବନ୍ଦ ଦ୍ବାରା ଛାତ୍ର ନେତୃତ୍ବ ନେବାର ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ତୁରନ୍ତ ଏହାର ପୁନଃବିଚାର କରାଯାଉ ନଚେତ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ବୋଲି ଏବିଭିପି ତରଫରୁ ଚେତାବନୀ ଦିଆଯାଇଛି। ସେହିପରି କଟକ ସହରର ବିଭିନ୍ନ ମହାବିଦ୍ୟାଳୟରେ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ କରି ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା ଓ କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:ରାଇରଙ୍ଗପୁର : ରାଜ୍ୟ ସରକାର ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବା ପ୍ରତିବାଦରେ ଆଜି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟ ର ଛାତ୍ର ସଂଗଠନ ABVP ଶାଖା ତରଫରୁ ରାଇରଙ୍ଗପୁର କଲେଜ ସାମନାରେ ସରକାରଙ୍କ ଏହି ନିଷ୍ପତି ବିରୋଧରେ ବିଭୋକ୍ଷ ପ୍ରଦର୍ଶନ କରିଥିଲେ। ତାସହ ଶିକ୍ଷାମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଛାତ୍ର ସଂସଦ ନିର୍ବାଚନ ବାତିଲ ପାଇଁ ରାଜ୍ୟ ସରକାର ଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିରୋଧ କରାଯିବା ସହିତ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ନିର୍ବାଚନ ବନ୍ଦ ଦ୍ବାରା ଛାତ୍ର ନେତୃତ୍ୱ ନେବାର ସୁଯୋଗ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ଏବିଭିପି ପକ୍ଷରୁ ଅଭିଯୋଗ କରାଯାଇଛି। ତୁରନ୍ତ ଏହାର ପୁନଃବିଚାର କରାଯାଉ ନଚେତ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବେ ବୋଲି ଏବିଭିପି ତରଫରୁ ଚେତାବନୀ ଦିଆଯାଇଛି। ତେବେ ରାଜ୍ଯ ସରକାରଙ୍କ ଛାତ୍ର ବିରୋଧି ନୀତି, ସେମାନଙ୍କ ଅଧିକାରକୁ ଅପହରଣ କରିବା ନେଇ ସାରା ରାଜ୍ୟରେ ଛାତ୍ର ଅସନ୍ତୋଷ ଦେଖାଦେଇଛି ।ଗତବର୍ଷ ତିତିଲି ଯୋଗୁଁ ନିର୍ବାଚନ ହୋଇପାରି ନଥିଲା ।ଚଳିତ ବର୍ଷ ସବୁ ପ୍ରସ୍ତୁତି ହୋଇ ସରିଥିବାବେଳେ ନିର୍ବାଚନ ବାତିଲ ଖବର ପାଇ ରାଇରଙ୍ଗପୁର ମହାବିଦ୍ଯାଳୟର ଏବିଭିପି ତରଫରୁ ଏକ ଶାନ୍ତିପୁର୍ଣ ଧର୍ମଘଟ ହୋଇଥିଲା ।
ବାଇଟ - ଛାତ୍ର, ରାଇରଙ୍ଗପୁର ମହାବିଦ୍ୟାଳୟ, ଏବିଭିପି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.