ETV Bharat / state

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବିଦ୍ୟାର୍ଥୀ ତିଆରି କଲେ ସାନିଟାଇଜର

author img

By

Published : Mar 31, 2020, 9:37 AM IST

Updated : Mar 31, 2020, 10:16 AM IST

ବଜାରରେ ସୀମିତ ପରିମାଣରେ ହ୍ୟାଣ୍ଡ ସାନିଟାଇଜର୍ ମିଳୁଛି । ତେବେ ଏହାର ଅଭାବ ଦୂର କରିବାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପରୀକ୍ଷାଗାରରେ ବିଦ୍ୟାର୍ଥୀ ମାନେ ପ୍ରସ୍ତୁତ କରିଛନ୍ତି ସାନିଟାଇଜର ।

student prepare sanitizer at at berhampur
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବିଦ୍ୟାର୍ଥୀ ପ୍ରସ୍ତୁତ କଲେ ସାନିଟାଇଜର

ବ୍ରହ୍ମପୁର: କୋରୋନା ଯୋଗୁଁ ବଜାରରେ ମିଳୁନାହିଁ ସାନିଟାଇଜର୍ । ଏପରିକି କୋରୋନାରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟବଧାନରେ ହାତ ସଫା କରିବାକୁ କୁହାଯାଉଛି । ହେଲେ ବଜାରରେ ସୀମିତ ପରିମାଣରେ ଏହା ଉପଲବ୍ଧ ହେଉଥିବାବେଳେ ଅଧିକଦର ରହୁଛି । ତେବେ ଏହାର ଉପାୟ ଖୋଜି ବାହର କରିଛନ୍ତି ବିଦ୍ୟାର୍ଥୀମାନେ ।

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପରୀକ୍ଷାଗାରରେ ବିଦ୍ୟାର୍ଥୀ ମାନେ ପ୍ରସ୍ତୁତ କରିଛନ୍ତି ନିଜର ଉଦ୍ୟମରେ ହ୍ୟାଣ୍ଡ ସାନିଟାଇଜର । କିଭଳି ଏହାକୁ ବିଦ୍ୟାର୍ଥୀମାନେ ନିଜେ ପ୍ରସ୍ତୁତ କରିଛନ୍ତି ଏବଂ ପ୍ରଥମ ପର୍ଯ୍ୟାୟରେ ଏହାକୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମାଗଣାରେ ବିତରଣ କରିବା ସହ ଏଥିପାଇଁ ଆବଶ୍ୟକୀୟ କଞ୍ଚାମାଲ ଯୋଗାଇଦେଲେ ବ୍ରହ୍ମପୁର ସହର ପାଇଁ ମଧ୍ୟ ଆବଶ୍ୟକୀୟ ସାନିଟାଇଜର୍ ପ୍ରଦାନ କରିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

ଭଞ୍ଜବିହାରର ପରୀକ୍ଷାଗାରରେ କିଭଳି ପ୍ରସ୍ତୁତ ହେଉଛି ଏହି ହ୍ୟାଣ୍ଡ ସାନିଟାଇଜର୍ ସେ ନେଇ ପରୀକ୍ଷାଗାରରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Mar 31, 2020, 10:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.