ETV Bharat / state

ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ଦେବାକୁ ଦାବି - ୟୁଟ୍ୟୁବର କାମିଆ ଜାନି

Protest In Ganjam: ଥମୁନି କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ବିବାଦ । ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଣ ବିକ୍ଷୋଭ । ଅଧିକ ପଢନ୍ତୁ

କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ବିବାଦ
protest in ganjam
author img

By ETV Bharat Odisha Team

Published : Dec 28, 2023, 12:56 PM IST

ବ୍ରହ୍ମପୁର: ଶ୍ରୀଜଗନ୍ନାଥ ସଂସ୍କୃତି ନଷ୍ଟକାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ବ୍ରହ୍ମପୁରରେ ଗଣ ବିକ୍ଷୋଭ । ବୁଧବାର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କୋର୍ଟପେଟା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନିକଟରେ ୟୁଟ୍ୟୁବର କାମିଆ ଜାନି ଜଗନ୍ନାଥ ମନ୍ଦିର ଓ ମହାପ୍ରସାଦ ଉପରେ ଏକ ଭିଡିଓ କରିଥିଲେ । ସେ ଗୋମାଂସ ଭକ୍ଷଣ କରି ମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା । ଏହା ଶ୍ରୀଜଗନ୍ନାଥ ସଂସ୍କୃତିକୁ କୁଠାରଘାତ କରୁଛି । ତେଣୁ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା ହୀନ ଷଡ଼ଯନ୍ତ୍ରକାରୀଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ବିକ୍ଷୋଭକାରୀ ।

ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ କୁହାଯାଇଛି ଯେ, କିଛି ଦିନ ତଳେ ଭିନ୍ନ ସମ୍ପ୍ରଦାୟରେ ବିଶ୍ବାସ ରଖୁଥିବା ତାମିଲନାଡୁର ଜଣେ ରାଜନେତା ସନାତନ ଧର୍ମକୁ ସମାପ୍ତ କରିବାର କଥା କହିଥିଲେ । ପୁରୀର ସାଂସଦ ପୁରୀକୁ ଭାଟିକାନ ସିଟି ଭଳି ଗଢି ତୋଳିବାର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି ବୟାନ ଦେଇଥିଲେ । ପୁନଶ୍ଚ ଖ୍ରୀଷ୍ଟିଆନ ନବବର୍ଷ ଅବସରରେ ମଧ୍ୟରାତ୍ରରେ ଶ୍ରୀମନ୍ଦିର ଖୋଲା ରହିବା ଘୋଷଣା କରାଯିବା, ଜଗନ୍ନାଥ ସଂସ୍କୃତି ନଷ୍ଟ କରିବାକୁ ଷଡଯନ୍ତ୍ର ଚାଲିଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି । ଏହା ପଛରେ ଏକ ବୃହତ୍ ଏଜେଣ୍ଡା ଅନ୍ତର୍ଭୁକ୍ତ ଭଳି ପ୍ରତୀୟମାନ ହେଉଛି । ସନାତନ ପରମ୍ପରା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିବିଶେଷଙ୍କୁ ସାମାଜିକ ବାସନ୍ଦ କରାଯାଉ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏହା ମଧ୍ୟ ପଢନ୍ତୁ-ଥମୁନି କାମିଆ ଜାନି ଝଡ଼, ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଅଭିଯାନ ପକ୍ଷରୁ ଆହୁରିମଧ୍ୟ କୁହାଯାଇଛି ଯେ, ଶ୍ରୀଜଗନ୍ନାଥ ହେଉଛନ୍ତି ସମଗ୍ର ହିନ୍ଦୁମାନଙ୍କର ଆରାଧ୍ୟ ଦେବତା । ଶ୍ରୀମନ୍ଦିର ହେଉଛି ଅସ୍ଥା, ବିଶ୍ବାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି କୋଟି ଓଡ଼ିଆଙ୍କ ପରିଚୟ । ସରକାରକୁ ପରିଚାଳିତ କରୁଥିବା କିଛି ଅଣ ଓଡ଼ିଆ ବ୍ୟକ୍ତିବିଶେଷ ଏବଂ ଅନ୍ୟ କିଛି ନ୍ୟସ୍ତସ୍ବାର୍ଥ ଓଡ଼ିଆ ଗୋଷ୍ଠୀଙ୍କ ହୀନ ଚକ୍ରାନ୍ତ କାରଣରୁ ଶ୍ରୀଜଗନ୍ନାଥ ସଂସ୍କୃତିର ଘୋର ମର୍ଯ୍ୟାଦାହାନୀ ହେବା ସହ ଓଡ଼ିଆଙ୍କ ପରିଚୟ ସଙ୍କଟ ଦେଖାଦେଇଛି ।

ସରକାରୀ ପ୍ରାୟୋଜିତ ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧରେ ଯେଉଁଭଳି ଭାବେ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ହୋଇ ଚାଲିଛି, ସେଥିପ୍ରତି ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଗଭୀର ଚିନ୍ତା ପ୍ରକଟ କରୁଛି । ରାଜ୍ୟ ସରକାର ଏଭଳି ହିନ୍ଦୁ ବିରୋଧୀ ମାନସିକତାରୁ ନିବୃତ ରୁହନ୍ତୁ ବୋଲି ବିକ୍ଷୋଭରେ ଦାବି କରିବା ସହ ଏହି ଆନ୍ଦୋଳନ ଆଗକୁ ଗାଁ ଗାଁରେ କରାଯିବ ବୋଲି ଶ୍ରୀମନ୍ଦିର ସଂସ୍କୃତି ସୁରକ୍ଷା ଅଭିଯାନ ଗଞ୍ଜାମ ଜିଲ୍ଲା ଆବାହକା ଅରୁଣ ପ୍ରସାଦ ପାଢ଼ୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.