ETV Bharat / state

ଗଞ୍ଜାମରେ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବାଚସ୍ପତି

author img

By

Published : Jan 28, 2021, 7:23 AM IST

ଦୁଇ ଦିନିଆ ଗଞ୍ଜାମ ଗସ୍ତ କରି ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଅଧିକ ପଢନ୍ତୁ...

ବାଚସ୍ପତିଙ୍କ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା

ବ୍ରହ୍ମପୁର: ଦୁଇ ଦିନିଆ ଗଞ୍ଜାମ ଗସ୍ତ କରିଛନ୍ତି ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗଞ୍ଜାମ ଗସ୍ତ କରି ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଏବଂ କୁକୁଡାଖଣ୍ଡି ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ଗଞ୍ଜାମ ଗସ୍ତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଆଲୋକୀକରଣ ଯୋଜନାରେ ଅରକ୍ଷିତମଣ୍ଡପ ଠାରୁ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଗ୍ରୀନ ଫିଲଡ ସ୍ମାର୍ଟ ଏଲ.ଇ.ଡି. ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏ ନେଇ 1କୋଟି 71ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ପୂର୍ବରୁ ବାଚସ୍ପତି ଏହାର ଶିଳାନ୍ୟାସ କରିଥିଲେ ଗୁରୁବାର ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହା ପରେ ପରେ ଡେଙ୍ଗାପଦର ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଯୋଗ ଦେଇଥିଲେ ବାଚସ୍ପତି ।

କୁକୁଡାଖଣ୍ଡି ବ୍ଲକ ବାଲିପଡ଼ା ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରାକ୍ଟର ମାଲିକ ସଙ୍ଘ,କଳିଙ୍ଗ ଯୁବକ ସଙ୍ଘ ଏବଂ ଅଟୋ ଚାଳକ ସଙ୍ଘ ପକ୍ଷରୁ ବାଚସ୍ପତିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସମବାୟ ସମିତି ଗୋଦାମ ଗୃହ ସମେତ ଏକ ପାନୀୟ ଜଳ ପ୍ରକଳ୍ପ ଏବଂ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଉଦଘାଟନ କରିଥିଲେ ବାଚସ୍ଫତି । ପରେ ବାଇଗଣବାଡ଼ି ଗ୍ରାମରେ ନିର୍ମାଣ ଶ୍ରମିକ ମାନଙ୍କୁ ଭତ୍ତା ବଣ୍ଟନ,ପାଣ୍ଡିଆଝୋଳି ଗ୍ରାମରେ କୋଲଥିଆ ପୋଖରୀର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ କଲ୍ୟାଣ ମଣ୍ଡପ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହା ପରେ ରୋହିଙ୍ଗା ଠାରେ ଯୋଗ କେନ୍ଦ୍ର,ମାର୍କେଟ କମ୍ପ୍ଲେକ୍ସ ଓ ଗୁଡ଼ିଆ ପୋଖରୀ ସୌନ୍ଦର୍ଯ୍ୟ କରଣର ଉଦଘାଟନ କରିଥିଲେ । ନଳିହାଡ଼ ଗ୍ରାମରେ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କ ସୁବିଧା ଅସୁବିଧା ପଚାରି ବୁଝିବା ସହ ଚାଷୀଙ୍କ ସମସ୍ୟା କିପରି ଦୂର ହୋଇପାରିବ ସେ ଉପରେ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱି.କୀର୍ତି ଭାଷନ,ବିଡ଼ିଓ ଗଦାଧର ପାତ୍ର,ଯୁବ ନେତା ସନାତନ ସଂଗ୍ରାମ ସିଂଙ୍କ ସମେତ ଶତାଧିକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.