ETV Bharat / state

ସର୍ବନିମ୍ନ ମଜୁରୀ ପାଇଁ ଆନ୍ଦୋଳନ ଜାରି ରଖିବ ସାଉଥକୋ ମିଟର ରିଡିଂ ସଂଘ - ସର୍ବନିମ୍ନ ମଜୁରୀ ପାଇଁ ଆନ୍ଦୋଳନ ଜାରି ରଖିବ ସାଉଥକୋ

ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ବେଳେ ଏହା ପ୍ରତି କେହି ଦୃଷ୍ଟି ଦେଉନଥିବାରୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ କହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 20, 2019, 6:29 AM IST

ବ୍ରହ୍ମପୁର: ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ ପକ୍ଷରୁ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ବେଳେ ଏହା ପ୍ରତି କେହି ଦୃଷ୍ଟି ଦେଉନଥିବାରୁ ଆନ୍ଦୋଳନକୁ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସାଉଥକୋ ୟୁଟିଲିଟିରେ ବିଭିନ୍ନ ଠିକାଦାରଙ୍କ ମାଧ୍ୟମରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ମିଟର ରିଡିଂ କର୍ମଚାରୀ କାମ କରୁଛନ୍ତି । ହେଲେ ଗତ କିଛି ମାସ ଧରି ଉଚିତ ପ୍ରାପ୍ୟ ପାଇ ପାରୁନଥିବାରୁ ଏହାକୁ ନେଇ ଶ୍ରମ ନିର୍ଦ୍ଦେଶାଳୟଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଥିପାଇଁ ବାଧ୍ୟ ହୋଇ ଚଳିତମାସରେ ଦକ୍ଷିଣାଞ୍ଚଳର ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ, ରାୟଗଡା ଏବଂ ମାଲକାନଗିରି ଆଦି ଅଞ୍ଚଳରେ ମିଟର ବିଲିଂ କରିନଥିବା ଦେଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:
ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ ପକ୍ଷରୁ ସର୍ବନିମ୍ନ ମଜୁରୀ ପ୍ରଦାନ ଦାବୀରେ ଗତ କିଛି ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଇନଥିବାରୁ ଏହା ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ସଂଙ୍ଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସାଉଥକୋ ୟୁଟିଲିଟିରେ ବିଭିନ୍ନ ଠିକାଦାର ଙ୍କ ମାଧ୍ୟମରେ ପ୍ରାୟ ତିନି ହଜାରରୁ ଉର୍ଦ୍ଧ ମିଟର ରିଡିଂ କର୍ମଚାରୀ ଭାବରେ ନିଜର କାର୍ଯ୍ୟ ଜାରି ରଖିଥିବା ବେଳେ ଗତ କିଛି ମାସ ଧରି ଉଚିତ ପ୍ରାପ୍ୟ ପାଇପାରୁନଥିବାରୁ ଏହାକୁ ନେଇ ଶ୍ରମ ନିର୍ଦ୍ଦେଶାଳୟ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଙ୍କ ବରିଷ୍ଠ ଅଧିକାରୀ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର,ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ଏବଂ ବିଭାଗୀୟ କର୍ତ୍ତୁପକ୍ଷ ଙ୍କୁ ଅବଗତ କରାଯାଇଥିଲେ ମଦ୍ୟ କୌଣସି ଦୃଷ୍ଟି ନପଡିବାରୁ ବାଧ୍ୟ ହୋଇ ଚଳିତମାସରେ ଦକ୍ଷିଣା଼ଞ୍ଚଳର ଗଞ୍ଜାମ , ଗଜପତି,କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, କୋରାପୁଟ, ରାୟଗଡା,ଏବଂ ମାଲକାନଗିରି ଭଳି ଅଞ୍ଚଳରେ ମିଟର ବିଲିଂ କରିନଥିବା ଦେଖାଯାଇଛି । ଅନ୍ୟପଟେ ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦରମା ବୃଦ୍ଧି କରିବା ସହ କୌଣସି ପଦକ୍ଷେପ ଗ୍ରହଣ ନକରାଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଙ୍କ ରିପୋର୍ଟ ଇଟିଭି ଭାରତ...

*ଭିଜୁଆଲ ମୋଜୋ ରେ ଯାଇଛି..Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.