ବ୍ରହ୍ମପୁର: ସାଉଥ୍ କୋ ମିଟର ରିଡର୍ ଶ୍ରମିକ ସଂଘର ବିକ୍ଷୋଭ । ବିଭିନ୍ନ ଦାବିକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ବର୍ଷ ଧରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିବା ଏହି ମିଟର ରିର୍ଡର କର୍ମଚାରୀମାନେ ନିଜର ଦାବିକୁ ଉପସ୍ଥାପନା କରି ଆସୁଥିବା ବେଳେ ସେମାନଙ୍କ ଦାବିକୁ ଗୁରୁତ୍ବ ଦିଆଯାଉ ନଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଏହାର କର୍ମକର୍ତ୍ତାମାନେ ।
ତେବେ ମୁଖ୍ୟତଃ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାର ପ୍ରାୟ ତିନି ହଜାରରୁ ଉର୍ଦ୍ଧ୍ବ ମିଟର ରିଡର୍ମାନଙ୍କ ସମସ୍ୟା ଅତି ସମ୍ବେଦନଶୀଳ ରହିଥିଲେ ମଧ୍ୟ ବାରମ୍ବାର ଏଥିପ୍ରତି କେହି ଦୃଷ୍ଟି ଦେଇ ନଥିଲେ ।
ସେହିପରି TPSODL କର୍ତ୍ତୃପକ୍ଷ ହେୟଜ୍ଞାନ କରି ଚାଲିଥିବା ନେଇ ସଂଘ ପକ୍ଷରୁ ସମାଲୋଚନା କରାଯାଇଛି । ଏହି ଅବସରରେ ସଂଘର କର୍ତ୍ତୃପକ୍ଷ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ବିକ୍ଷୋଭ ପ୍ରଦର୍ଶନ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରାରେ ସହରର ହିଲପାଟଣାଠାରୁ ବାହାରି RDCଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ- ବ୍ରହ୍ମପୁରରେ ଆପର ସମାବେଶ, ୨୦୦ ୟୁନିଟ୍ ଦେୟମୁକ୍ତ ବିଦ୍ୟୁତ୍ ପ୍ରଦାନ ଦାବି
ପ୍ରକାଶ ଥାଉକି, ପ୍ରତ୍ୟେକ ପରିବାରକୁ ଦୁଇ ଶହ ୟୁନିଟ ମାଗଣା ବିଦ୍ୟୁତ ପ୍ରଦାନ ନେଇ ବ୍ରହ୍ମପୁରରେ ଆମ ଆଦମି ପାର୍ଟିର ମହାସମାବେଶ ଆୟୋଜିତ ହୋଇଯାଇଛି । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାର ଅନ୍ୟ ରାଜ୍ୟରୁ ବିଜୁଳି କ୍ରୟ କରି ଶତକଡ଼ା 75 ପ୍ରତିଶତ ସମସ୍ତ ବର୍ଗର ଘରୋଇ ଉପଭୋକ୍ତାଙ୍କୁ ମାସିକ 200 ୟୁନିଟ ଦେୟମୁକ୍ତ କରୁଛନ୍ତି l ପଞ୍ଜାବ ସରକାର ରାଜ୍ୟର ସମସ୍ତ 88 ପ୍ରତିଶତ ଘରୋଇ ଉପଭୋକ୍ତଙ୍କୁ ମାସିକ 300 ୟୁନିଟ ପର୍ଯ୍ୟନ୍ତ ଦେୟମୁକ୍ତ କରିପାରିଛନ୍ତି l ହେଲେ ଓଡ଼ିଶା ସରକାର ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ ହୋଇ ଅନ୍ୟ ରାଜ୍ୟକୁ ବିକ୍ରି କରୁଥିବା ବେଳେ ବିଦ୍ୟୁତ ଦର ବଢ଼ାଇ ଓଡ଼ିଶାବାସୀଙ୍କୁ ଦୀର୍ଘଦିନ ଧରି ଲୁଟି ଚାଲିଛନ୍ତି । ଯାହାକୁ ନେଇ ଆପ୍ ପକ୍ଷରୁ ପାଞ୍ଚ ଲକ୍ଷ ସ୍ବାକ୍ଷର ସମ୍ମିଳିତ ଦାବି ପତ୍ର ସରକାରଙ୍କୁ ପ୍ରଦାନ କରାଯିବା ପରେ ଏହି ସମାବେଶ ଆୟୋଜିତ ହୋଇଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର