ETV Bharat / state

ଅଭିନେତା ପପୁ ପମପମ୍‌ଙ୍କୁ ପଥର ମାଡ଼, ଅଧାରୁ ବନ୍ଦ ହେଲା କାର୍ଯ୍ୟକ୍ରମ

author img

By

Published : Feb 19, 2023, 1:28 PM IST

ଓଡିଆ ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ ପଥର ମାଡ । ଅଧାରୁ କାର୍ଯ୍ୟକ୍ରମ ଛାଡି ପଳାଇଲେ ପପୁ । ଅଧିକ ପଢନ୍ତୁ

ପପୁ ପମ୍‌ପମ୍‌ଙ୍କ ମଞ୍ଚକୁ ପଥର ମାଡ଼
ପପୁ ପମ୍‌ପମ୍‌ଙ୍କ ମଞ୍ଚକୁ ପଥର ମାଡ଼
ପପୁ ପମ୍‌ପମ୍‌ଙ୍କ ମଞ୍ଚକୁ ପଥର ମାଡ଼

ବ୍ରହ୍ମପୁର: ହାସ୍ୟ ଅଭିନେତା ପପୁ ପମପମ୍‌ଙ୍କୁ ପଥରମାଡ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ହଟହଟା ହେଲେ କମେଡି କିଙ୍ଗ ପପୁ ପମପମ୍ । ମଞ୍ଚ ଉପରକୁ ବାରମ୍ବାର ପଥର ମାଡ ହେବାରୁ ଅଧାରୁ କାର୍ଯ୍ୟକ୍ରମ ବନ୍ଦ କରିଲେ ଆୟୋଜକ । ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ବ୍ଳକର ସୋରଳ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଅଭିନେତା ପପୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ପଥରମାଡରେ ଦେଢ ଲକ୍ଷ ଟଙ୍କାର ଡିସପ୍ଲେ ବୋର୍ଡ ଭାଙ୍ଗି ଚୁରମାର ହୋଇଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ମହାଶିବରାତ୍ରୀ ଉପଲକ୍ଷେ ସୋରଳ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ହୋଇ ଯୋଗ ଦେଇଥିଲେ ହାସ୍ୟ ଅଭିନେତା ପପୁ ପମପମ । କିଛି ସମୟ ଧରି ପପୁ ତାଙ୍କ ହାସ୍ୟ ଅଭିନୟ ମଞ୍ଚରେ ପରିବେଷଣ କରୁଥିବା ସମୟରେ ତାଙ୍କ ଉପରକୁ ଗୋଟିଏ ପରେ ଗୋଟିଏ ଢେଲା ମାଡ ହୋଇଥିଲା । ପଥରମାଡ ନକରିବାକୁ ମଞ୍ଚରୁ‌ ଅନୁରୋଧ କରାଯାଇଥିଲା । ଏହାସତ୍ତ୍ବେ ମଧ୍ୟ ବାରମ୍ବାର ମଞ୍ଚ ଉପରକୁ ପଥରମାଡ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମୟରେ କ୍ରମାଗତ ଭାବରେ ତିନି ଥର ପଥରମାଡ ପରେ ଅଧାରୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଆୟୋଜକମାନେ ବାଧ୍ୟ ହୋଇଥିଲେ ।

ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ହାସ୍ୟ ଅଭିନେତା ପପୁ ପମପମଙ୍କୁ ଗଞ୍ଜାମରେ ହଟହଟା ହେବାକୁ ପଡ଼ିଛି । ଏହି ହାସ୍ୟ ଅଭିନେତା ମଞ୍ଚରେ ଅଭିନୟ କରୁଥିବାବେଳେ ତାଙ୍କ ଉପରକୁ ବାରମ୍ବାର ପଥର ମାଡ ହୋଇଥିଲା । ତେବେ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବାବେଳେ ପଥରମାଡ ଯୋଗୁଁ କାର୍ଯ୍ୟକ୍ରମ ଅଧାରୁ ଛାଡି ପଳାଇଥିବା ଦେଖିବାକୁ ମିଳିଛି ।

ପଥର ପପୁଙ୍କ କାନ୍ଧର କିଛି ଇଞ୍ଚ ବ୍ୟବଧାନରେ ଯାଇ ପଛପଟେ ଥିବା ଡିଜିଟାଲ ଡିସପ୍ଲେ ବୋର୍ଡକୁ ବାଜିବାରୁ ତାହା ଭାଙ୍ଗି ଯାଇଥିଲା । ପରେ ଆଉ ଏକ ପଥର ମଞ୍ଚ ଉପରେ ଥିବା ଅନ୍ୟ ଜଣେ ଯୁବକଙ୍କୁ ବାଜିଥିଲା । ଫଳରେ ସୁରକ୍ଷା ଦୃଷ୍ଟିରୁ ପପୁ ପମପମ୍ କାର୍ଯ୍ୟକ୍ରମ ଅଧାରୁ ପଳାଇଥିଲେ । ତେବେ କେଉଁ କାରଣ ଯୋଗୁଁ କିଏ ଏବଂ କାହିଁକି ଏପରି ପଥର ମାଡ଼ କରିଥିଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏଭଳି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଏନେଇ ସ୍ଥାନୀୟ ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନଥିବା ନେଇ ସୂଚନା ରହିଛି ।

ତେବେ ପଥରମାଡ ସମୟରେ ପପୁ ମଞ୍ଚରେ କହିଥିଲେ, "ଆମେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଭିନ୍ନ ଅଞ୍ଚଳରୁ ଆସିଛୁ । ଆପଣଙ୍କ ବ୍ୟବହାର ହିଁ ଆପଣଙ୍କ ପରିଚୟ । ଏମିତି ଟେକା ପଥର ମାରିବା ଭଲ ନୁହଁ ଏମିତି ଜମା କରନ୍ତୁନି । ପରିସ୍ଥିତି ଶାନ୍ତ ପଡିଲେ ମୁଁ ଆସିବି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.