ETV Bharat / state

ଧିକ୍ ପୁଅ ଜନ୍ମ: ମା'କୁ ହାତୁଡିରେ ପିଟିପିଟି ମାରିଲା

author img

By

Published : Jan 20, 2021, 12:48 PM IST

ପରିଣତ ବୟସରେ ପୁଅ ହାତରେ ଗଲା ମା' ଜୀବନ। ଖୁସିରେ ରଖିବା ବୟସରେ ତାକୁ ଖିନ ଭିନ୍ କରି ମାରିଛି ରାକ୍ଷସ ପୁଅ । ଏହି ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବଣପଲ୍ଲି ଗ୍ରାମର। ଅଧିକ ପଢନ୍ତୁ...

ମା' କୁ ହାତୁଡିରେ ପିଟିପିଟି ହତ୍ୟାକଲା ପୁଅ
ମା' କୁ ହାତୁଡିରେ ପିଟିପିଟି ହତ୍ୟାକଲା ପୁଅ

ଭଞ୍ଜନଗର: ପରିଣତ ବୟସରେ ପୁଅ ହାତରେ ଗଲା ମା' ଜୀବନ। ଯେଉଁ ପୁଅକୁ ମା' ଦଶ ମାସ ଗର୍ଭରେ ଧରି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଜନ୍ମ କରିଥିଲା। ନିଜେ ନଖାଇ ପୁଅ ପେଟ ଚିହ୍ନିଥିଲା। ହେଲେ ଆଜି ସେହି ପୁଅ ସାଜିଲା ହତ୍ୟାକାରୀ। ମା'କୁ ଖୁସିରେ ରଖିବା ବୟସରେ ତାକୁ ଖିନ ଭିନ୍ କରି ମାରିଛି । ଏହି ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବଣପଲ୍ଲି ଗ୍ରାମର।

ମା' କୁ ହାତୁଡିରେ ପିଟିପିଟି ହତ୍ୟାକଲା ପୁଅ

ମଦ୍ୟପ ପୁଅ ନିଶାସକ୍ତ ଅବସ୍ଥାରେ ନିଜ ମା'କୁ ହାତୁଡିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ସରସ୍ବତୀ ପଲ୍ଲେଇ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପୁଅ ସନ୍ୟାସୀ ପଲେଇକୁ କାବୁ କରିବା ଲାଗି ଚଢାଉ ଜାରି ରଖିଥିବା ସୂଚନା ମିଳୁଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.