ETV Bharat / state

ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ! ଭିଜିଲାନ୍ସ ଜାଲରେ ସାମାଜିକ ସୁରକ୍ଷା ଅଧିକାରୀ

author img

By

Published : May 17, 2023, 7:50 PM IST

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ

social security officer
social security officer
social security officer

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ସାମାଜିକ ସୁରକ୍ଷା ଅଧିକାରୀ । ଭତ୍ତା ପ୍ରଦାନ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ସୁରକ୍ଷା ଅଧିକାରୀ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ କୁମାର ନାୟକ ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି ଭିଜିଲାନ୍ସ ଟିମ। ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକରେ ଆଜି ସକାଳ ସମୟରେ କାର୍ଯ୍ୟରତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଭତ୍ତା ପାଇଁ ଲାଞ୍ଚ ମାଗୁଥିବା ନେଇ ଉକ୍ତ ବ୍ଲକର ମଠସରସିଂ ପଞ୍ଚାୟତର ସମିତି ସଭ୍ୟା ପ୍ରତିନିଧି ଝଡିଆ ସ୍ୱାଇଁ ଘଟଣା ସଂପର୍କରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଝଡିଆ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ କାବୁ କରିଥିଲା। ଏଥି ସହ ତାଙ୍କ ନିକଟରୁ ୬ ହଜାର ଟଙ୍କା ଜବତ ହେବା ସହ ତାଙ୍କୁ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇଛି ।

ସେପଟେ ଗତ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟିକା ସ୍ଵାତୀ ସୁଚିତ୍ରା ପାତ୍ର ଜଣେ ଯୁବକ ଭି. ଦିଲ୍ଲୀପ କୁମାର ନାମକଙ୍କ ଠାରୁ ଘରବାଡି ପଟ୍ଟା ପ୍ରଦାନ କରିବା ପାଇଁ ଏଭଳି ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିବା ସହିତ ନାନା ହଇରାଣ ହରକତ କରିଥିଲେ। ଶେଷରେ ଭିଜିଲାନ୍ସ ବିଭାଗ ଦ୍ୱାରସ୍ଥ ହୋଇଥିଲେ ଯୁବକ ଜଣକ। ଏନେଇ ବରିଷ୍ଠ ରାଜସ୍ୱ ସହାୟିକା ଜଣଙ୍କ ସରକାରୀ କାର୍ଯ୍ୟାଳୟ ପରିସରରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଧରାପଡିଥିଲେ ।

ଏହା ମଧ୍ୟ ପଢନ୍ତୁ- ADR ରିପୋର୍ଟ; ଅଜଣା ସୂତ୍ରରୁ ୨୯୧ କୋଟି ପାଇଛି ବିଜେଡି

ତେବେ ଅଭିଯୋଗକାରୀ ଜଣଙ୍କ ପୂର୍ବରୁ ପଟ୍ଟା ପାଇବା ପାଇଁ ଏକ ହଜାର ଟଙ୍କା ଦେଇଥିବା ବେଳେ ପୁଣି ଥରେ ପଟ୍ଟା ପ୍ରଦାନ ପାଇଁ ପାଞ୍ଚ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଶେଷରେ ଭିଜିଲାନ୍ସକୁ ଖବର ଦେଇଥିବା କହିବା ସହିତ ଛତ୍ରପୁର ତହସିଲ କାର୍ଯ୍ୟାଳୟରେ ବିନା ଅର୍ଥରେ କୌଣସି କାର୍ଯ୍ୟ ହୁଏ ନାହିଁ ବୋଲି ଅଭିଯୋଗ କରିଥିଲେ । ଗତ ଏକ ମାସ ମଧ୍ୟରେ ଏପରି ତିନି ତିନୋଟି ଘଟଣା ଲାଞ୍ଚ ନେଉଥିବା ବେଳେ ସରକାରୀ ଅଧିକାରୀ ଓ କର୍ମଚାରୀ ଧରାପଡିବା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.