ETV Bharat / state

ବିଧବା ମହିଳାଙ୍କୁ ନ୍ୟାୟ ଦାବିରେ ଏସ୍‌ଏଚ୍‌ଜିର ରାସ୍ତାରୋକ ଓ ଥାନା ଘେରାଉ

ବିଧବା ମହିଳାଙ୍କୁ ଅତ୍ୟାଚାର ନେଇ ଉଗ୍ର ହୋଇଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଦଳ । ବାରମ୍ବାର ଏନେଇ ଅଭିଯୋଗ ହେବା ପରେ ମଧ୍ୟ ପୋଲିସର ନୀରବତା ଓ ପ୍ରଶାସନର ଉଦାସୀନତାକୁ ନେଇ ଉତ୍ତ୍ୟକ୍ତ ହୋଇଛନ୍ତି ମହିଳା ସଂଘ ।

author img

By

Published : Jun 9, 2019, 8:29 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ବିଧବା ମହିଳାଙ୍କୁ ଅତ୍ୟାଚାର ନେଇ ଉଗ୍ର ହୋଇଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଦଳ । ବାରମ୍ବାର ଏନେଇ ଅଭିଯୋଗ ହେବା ପରେ ମଧ୍ୟ ପୋଲିସର ନୀରବତା ଓ ପ୍ରଶାସନର ଉଦାସୀନତାକୁ ନେଇ ଉତ୍ତ୍ୟକ୍ତ ହୋଇଛନ୍ତି ମହିଳା ସଂଘ । ଘଟଣାଟି ହେଉଛି ବଡଗଡ ସହରର ସୁଚିତ୍ରା ପ୍ରଧାନଙ୍କର । ସ୍ବାମୀ ନଥିବାରୁ ତାଙ୍କୁ ଦୀର୍ଘ ଦିନ ଧରି ହଇରାଣ କରିଆସୁଥିଲେ ପଡୋଶୀ ରାଜେନ୍ଦ୍ର ମହାରଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭଞ୍ଜନଗର

ଫଳରେ ସୁଚିତ୍ରାଙ୍କ ଘର କାନ୍ଥ ଭାଙ୍ଗିବା ସହ ଘର ଆଗରେ ସିସିଟିଭି ମଧ୍ୟ ଲଗାଇଥିଲେ ରାଜେନ୍ଦ୍ର । ଏନେଇ ସୁଚିତ୍ରା ପୋଲିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ହାତରେ ଲାଗିଥିଲା କେବଳ ବିଫଳତା । ତେଣୁ ବାଧ୍ୟ ହୋଇ ସ୍ବୟଂ ସହାୟକ ଗୋଷ୍ଠୀର ସହାୟତା ଲୋଡିଥିଲେ ସୁଚିତ୍ରା ।

ଏସ୍‌ଏଚ୍‌ଜି ଗ୍ରୁପ୍‌ର ମହିଳାମାନେ ଏକତ୍ରିତ ହୋଇ ରାଜେନ୍ଦ୍ର ମହାରଣାଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିବା ସହ ଥାନା ଘେରାଉ କରିଥିଲେ । ଅନ୍ୟପଟେ ଘଟଣାରେ ରାଜେନ୍ଦ୍ର ମହାରଣାଙ୍କ ପୁଅ ଦୀପକ ମହାରଣାଙ୍କୁ ପୋଲିସ ଥାନାରେ ଅଟକ ରଖିଛି । ତେବେ ମହିଳାଙ୍କ କାନ୍ଥ ତିଆରି ସହ ହୋଇଥିବା ସମସ୍ତ କ୍ଷୟକ୍ଷତିର ଭରଣା ଦେବାର ପ୍ରତିଶୃତି ଦେବା ପରେ ମହିଳା ଦଳ ଆନ୍ଦୋଳନରୁ ଓହରିଥିଲେ ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.