ETV Bharat / state

ସ୍କୁଟି-ବାଇକ ମୁହାଁମୁହିଁ ଧକ୍କା, 5 ମୃତ

Road Accident In Ganjam: ଗଞ୍ଜାମ ସୋରଡା ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 5 ମୃତ । ଅଧିକ ପଢନ୍ତୁ

ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
author img

By ETV Bharat Odisha Team

Published : Jan 19, 2024, 8:24 AM IST

Updated : Jan 19, 2024, 9:44 AM IST

ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ବ୍ରହ୍ମପୁର: ଗଞ୍ଜାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 5 ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଛନ୍ତି । ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ସୋରଡା ଥାନା ଅନ୍ତର୍ଗତ ବରାଡି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ମଧ୍ୟରେ ଦୁଇ ଜଣ ସୋରଡ଼ା ବିଦ୍ୟୁତ ବିଭାଗର କର୍ମଚାରୀ ରହିଛନ୍ତି । ସେମାନେ ହେଲେ ରଜନୀ ଗୌଡ଼ ଓ ମହେନ୍ଦ୍ର ନାୟକ । ଅନ୍ୟ ଦୁଇ ଜଣ ଅସୁରବନ୍ଧ ଅଞ୍ଚଳର ବାସିନ୍ଦା ଶ୍ରୀକାନ୍ତ ଗୌଡ଼ ଓ ଦୁଲାଡ଼ ଗ୍ରାମର ମନୋଜ ଡାକୁଆ । ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଗୋଟିଏ ବାଇକରେ ତିନି ଜଣ ଯୁବକ ଅସୁରବନ୍ଧଠାରୁ ସୋରଡା ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗର 3 ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିବା ବେଳେ ବରାଡି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଗଞ୍ଜାମରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, 5 ଗୁରୁତର

ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି 6 ଜଣଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଚାରି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରି ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଥିବାରୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଶୋଇଥିବା ବେଳେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଟ୍ରକ, 4 ମୃତ

ଗତ ଜାନୁଆରୀ 5 ତାରିଖରେ ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅଞ୍ଚଳର ଜି. ଦାମଦରପଲ୍ଲୀ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ବସ୍‌ର ଡ୍ରାଇଭର ଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jan 19, 2024, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.