ETV Bharat / state

ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର ପରଲୋକ, ସବୁ ମହଲରେ ଶୋକ

ଆରପାରିରେ ବରିଷ୍ଠ ସାମ୍ବାଦିକ । ଏକାଧାରାରେ ଜଣେ ବରିଷ୍ଠ ସାମ୍ବାଦିକ, ସାମ୍ବାଦିକତା ଗଢା କାରଖାନାର ଗୁରୁ, କଳାସଂସ୍କୃତି ଓ ସମାଜସେବାରେ ସୁନାମ ଅର୍ଜନ କରିଥିବା ଡକ୍ଟର ଜଗନମୋହନ ମହାପାତ୍ରଙ୍କ ଅକାଳ ବିୟୋଗ ହୋଇଛି । 57 ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 29, 2023, 2:11 PM IST

Updated : Jun 29, 2023, 7:43 PM IST

ଜଗନମୋହନ ମହାପାତ୍ର ପରଲୋକ
ଜଗନମୋହନ ମହାପାତ୍ର ପରଲୋକ
ଜଗନମୋହନ ମହାପାତ୍ର ପରଲୋକ

ବ୍ରହ୍ମପୁର: ଆରପାରିରେ ବ୍ରହ୍ମପୁରର ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର । 57 ବର୍ଷ ବୟସରେ ସେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ ସମୟରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସେପଟେ ହସ ଖୁସିରେ ରହୁଥିବା ମଣିଷ ଯେ ହଠାତ ଆରପାରିକୁ ଚାଲିଯିବ ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଓ ପ୍ରିୟଜନ । ତେବେ ଜଗନମୋହନଙ୍କ ପରଲୋକ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ ।

  • Deeply saddened at the demise of Senior Journalist and Edition In-charge of Berhampur Edition of ‘Sakala Daily’, Dr. Jaganmohan Mahapatra.

    It’s a huge loss for the media fraternity as well as Sakala Group. It’s a personal loss for me too.

    My deep condolences to the bereaved… pic.twitter.com/etBB0pTk2t

    — Manas Mangaraj (@manasrmangaraj) June 29, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ପ୍ରଥମେ ଘରେ ଛାତି ଯନ୍ତ୍ରଣା ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହସ୍ପିଟାଲରେ ଧର୍ମପତ୍ନୀ ଏବଂ ଝିଅ ଉପସ୍ଥିତ ରହିଥିଲେ । ଏହି ଖବର ଜଣାପଡ଼ିବା ପରେ ତାଙ୍କ ଶେଷ ଦର୍ଶନ କରିବା ପାଇଁ ସାମ୍ବାଦିକ, ଆଇନଜୀବୀଙ୍କ ସମେତ ବହୁ ନେତୃବୃନ୍ଦ ପହଞ୍ଚିଛନ୍ତି । ଜଗନମୋହନଙ୍କ ବିୟୋଗ ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି । ସ୍ବର୍ଗତ ମହାପାତ୍ର ବ୍ରହ୍ମପୁରରେ ସକାଳ ଖବରକାଗଜର ସଂସ୍କରଣ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ: ସାମ୍ବାଦିକ ଗଢା କାରଖାନାର ଗୁରୁ ସୁନିଲ ସାର, ପାର୍ଥୀବ ଶରୀର ଦାନ କରି ଅମର

କହିବାକୁ ଗଲେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଭାବେ ବେଶ ପରିଚିତ ଥିଲେ ଡକ୍ଟର ଜଗନମୋହନ ମହାପାତ୍ର । ସେ ଦୀର୍ଘ ୩୦ ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା ସହ ଜଡ଼ିତ ଥିଲେ । ୧୯୯୩ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତ୍ତକତ୍ତୋର ପାସ କରିବା ପରେ ସାମ୍ବାଦିକତାକୁ ନିଜ ବୃତ୍ତି ଭାବେ ଆପଣାଇଥିଲେ । ସାମ୍ବାଦିକତା ବ୍ୟତିତ କଳାସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ମଧ୍ୟ ବେଶ ସକ୍ରିୟ ରହିଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମଧ୍ୟ ଗେଷ୍ଟ ଫାକଲଟି ହିସାବରେ ଦାୟିତ୍ବ ତୁଲାଉଥିଲେ । ଜଣେ ମେଳାପୀ, ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ ଜଗନମୋହନ । ହେଲେ ଆଜି ଅଫେରା ରାଇଜକୁ ଚାଲିଯାଇଛନ୍ତି ସାମ୍ବାଦିକତା କାରଖାନାର ଗୁରୁ ।

ତେବେ ଜଗନମୋହନଙ୍କ ବିୟୋଗ ପରେ ପୁରା ବ୍ରହ୍ମପୁର ତଥା ସାମ୍ବାଦିକତା ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଦେହାନ୍ତ ପରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏହାସହ ତାଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

କହିରଖୁଛୁ କି, ଗତ କିଛି ଦିନ ପୂର୍ବେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରଫେସର ସୁନିଲ ବେହେରାଙ୍କ ବିୟୋଗ ପରେ ଆଜି ପୁଣି ଆଉ ଜଣେ ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକଙ୍କ ବିୟୋଗ ସାମ୍ବାଦିକତା ମହଲରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Jun 29, 2023, 7:43 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.