ETV Bharat / state

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସତର୍କ ଭାରତ, ସମୃଦ୍ଧ ଭାରତ ପ୍ରତିଯୋଗିତା ଅନୁଷ୍ଠିତ

author img

By

Published : Nov 1, 2020, 10:41 PM IST

ଗଞ୍ଜାମ ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ହେଉଛି । ଏହି ଅବସରରେ ସତର୍କ ଭାରତ, ସମୃଦ୍ଧ ଭାରତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସତର୍କ ଭାରତ, ସମୃଦ୍ଧ ଭାରତ ପ୍ରତିଯୋଗିତା ଅନୁଷ୍ଠିତ
ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ସତର୍କ ଭାରତ, ସମୃଦ୍ଧ ଭାରତ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର: ଗଞ୍ଜାମରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଗତ ମାସ ୨୭ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ ହୋଉଛି । ଏହି ସପ୍ତାହ ପାଳନ ଅବସରରେ ଜନ ସଚେତନତା ନିମନ୍ତେ ବତ୍କୃତା ପ୍ରତିଯୋଗିତା ସତର୍କ ଭାରତ, ସମୃଦ୍ଧ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବକ୍ତୃତା ପ୍ରତିଯୋଗିତାଟି ଭର୍ଚୁଆଲ୍ ମୋଡ୍ରେ ହ୍ବାଟ୍ସଆପ୍ ଜରିଆରେ ଅନୁଷ୍ଠିତ ହୋଇଥିଲା । ସରକାରୀ କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସୁଚିତ୍ରା ମୁନି ପ୍ରଥମ ଏବଂ ବିଚିତ୍ରା ସେଠୀ ଦ୍ବିତୀୟ ସ୍ଥାନ ଅଧିକାର କରି ଥିବାବେଳେ ଭଞ୍ଜନଗରରୁ ସଙ୍ଗୀତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କର୍ମଚାରୀ ପରିବାରବର୍ଗଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ଛତ୍ରପୁରର ସୁଶ୍ରୀ ସୁଲଗ୍ନା ପ୍ରଥମ ସ୍ଥାନ ଅଧିକାର କରି ଥିବାବେଳେ ଅଙ୍କିତା ନାୟକ ଏବଂ ଉପାସନା ଆଚାର୍ଯ୍ୟ ଦ୍ବିତୀୟ ସ୍ଥାନ, ସୁସ୍ପିତା ପଣ୍ଡା ଓ ସାହିଲ୍ ସ୍ମିତା ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଛତ୍ରପୁର ଠାରେ ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ, କ୍ୟୁରେସ୍ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଅରୁଣ କୁମାର ଶତପଥୀ, ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ବିଚାରକ ଭାବେ ଉପସ୍ଥିତ ଥିଲେ । ଦୁର୍ନୀତି ନିବାରଣ ବିଭାଗୀୟ ଇନିସ୍ପେକ୍ଟର ସୋମନାଥ ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.