ETV Bharat / state

ଘର ଚଟିଆର ସୁରକ୍ଷା ପାଇଁ ଅନନ୍ୟ ପ୍ରୟାସ, ଧୂଆଁରେ ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସତ୍ୟ - berhampur news

ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ପାଇଁ ସମାଜକୁ ବାର୍ତ୍ତା ପ୍ରଦାନ କରିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଧୂଆଁରେ ଘରଚଟିଆ ଚିତ୍ର କରି ସଚେତନାର ବାର୍ତ୍ତା ଦେଇଛନ୍ତି ସତ୍ୟ ।

ଘର ଚଟିଆର ସୁରକ୍ଷା ପାଇଁ ଅନନ୍ୟ ପ୍ରୟାସ, ଧୂଆଁରେ ବାର୍ତ୍ତା ଦେଲେ ଶିଳ୍ପୀ ସତ୍ୟ

author img

By

Published : Mar 20, 2021, 8:40 AM IST

ବ୍ରହ୍ମପୁର: ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ପାଇଁ ସମାଜକୁ ବାର୍ତ୍ତା ପ୍ରଦାନ କରିଛନ୍ତି ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଧୂଆଁରେ ଘରଚଟିଆ ଚିତ୍ର କରି ସଚେତନାର ବାର୍ତ୍ତା ଦେଇଛନ୍ତି ଏହି ଯୁବ ବାଲୁକା ଶିଳ୍ପୀ ସତ୍ୟ । ପ୍ରତେକ ବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ପାଳନ କରାଯାଏ ।

ଘର ଚଟିଆର ସୁରକ୍ଷା ପାଇଁ ଅନନ୍ୟ ପ୍ରୟାସ, ଧୂଆଁରେ ବାର୍ତ୍ତା ଦେଲେ ଶିଳ୍ପୀ ସତ୍ୟ

ଘର ଚଟିଆର ସୁରକ୍ଷା ତଥା ସଂରକ୍ଷଣ ଲାଗି ଏହି ଦିନଟି ସମର୍ପିତ ହୋଇଥାଏ । ଘରଚଟିଆଙ୍କ ସୁରକ୍ଷା ଓ ସଂରକ୍ଷଣ କରିବା ଉଦ୍ଦେଶ୍ଯରେ ଜନ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ । ଫଳରେ ପୁଣି ଥରେ ଯେମିତି ଗାଁ ଦାଣ୍ଡରେ କିଚିରିମିଚିରି ମୁଖରିତ ହୋଇପାରିବ । ତେବେ ଘରଚଟିଆଙ୍କ ସଂରକ୍ଷଣ ପାଇଁ ସତ୍ୟ କହିଛନ୍ତି, ‘ ମୁଁ ମୋ କଳା ମାଧ୍ୟମରେ ଅନୁରୋଧ କରୁଛି କି ସମସ୍ତେ ଏ ପକ୍ଷୀ ମାନଙ୍କୁ ସୁରକ୍ଷା ଓ ଗ୍ରୀଷ୍ମର ତାତିରୁ ରକ୍ଷା କରିବା। ତୃଷ୍ଣାରେ ଜୀବଜଗତ ଆଉଟୁ ପାଉଟୁ ହେଉଥିବାରୁ ସମସ୍ତେ ଏଥିପାଇଁ ଆଗେଇ ଆସିବା ସହିତ ନିଜ ଘର ବାହାରେ ଓ ଛାତ ଉପରେ ଘରଚଟିଆ ଓ ଅନ୍ୟ ପକ୍ଷୀଙ୍କ ପାଇଁ ଜଳର ବ୍ୟବସ୍ଥା କରିବା ’ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.