ETV Bharat / state

ଜରୁରୀ କାର୍ଯ୍ୟ ନଥିଲେ ଗ୍ରାମାଞ୍ଚଳ ଜନତାଙ୍କୁ ସହରକୁ ନ ଆସିବାକୁ ପରାମର୍ଶ

author img

By

Published : Jun 27, 2020, 12:54 PM IST

କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଜରୁରୀ କାର୍ଯ୍ୟ ନଥିଲେ ଗ୍ରାମାଞ୍ଚଳର ଜନତାଙ୍କୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସହରକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

_corona
ଜରୁରୀ କାର୍ଯ୍ୟ ନଥିଲେ ଗ୍ରାମାଞ୍ଚଳ ଜନତାଙ୍କୁ ସହରକୁ ନଆସିବାକୁ ପରାମର୍ଶ

ବ୍ରହ୍ମପୁର: ଜରୁରୀ କାର୍ଯ୍ୟ ନଥିଲେ ଗ୍ରାମାଞ୍ଚଳଜନତାଙ୍କୁ ସହରକୁ ନଆସିବାକୁ ପରାମର୍ଶ । କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଜରୁରୀ କାର୍ଯ୍ୟ ନଥିଲେ ଗ୍ରାମାଞ୍ଚଳର ଜନତାଙ୍କୁ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସହରକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଟ୍ବିଟ୍ ମାଧ୍ୟମରେ ଅବଗତ କରିବା ସହ ଜନଗହଳି ଠାରୁ ଦୂରେଇ ରହିବା, ସମସ୍ତେ ମାସ୍କ ବ୍ୟବହାର କରିବା ଏବଂ ଅନ୍ୟମାନଙ୍କ ଠାରୁ ଦୁଇ ମିଟର ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଏଭଳି ପଦକ୍ଷେପ ନିଆଯିବା ସହ ସମସ୍ତେ ହାତ ଧୋଇବାର ଅଭ୍ୟାସ ଜାରି ରଖିବାକୁ କୁହାଯାଇଛି । ଇତି ମଧ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ବ୍ରହ୍ମପୁର ସହରରେ ବୃଦ୍ଧି ପାଇବାରୁ ବ୍ରହ୍ମପୁର ସହରକୁ ଚାରି ଦିନିଆ ସଟଡାଉନ ଘୋଷଣା କରାଯାଇଛି ।

ଆସନ୍ତା ମଙ୍ଗଳବାର ଯାଏଁ ଏହି ସଟଡାଉନ ଜାରି ରହିବ । ଏଭଳି ସମୟରେ ସଟଡାଉନ ନିୟମ ମାନିବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ସହରକୁ ନ ଆସିବା ପାଇଁ ନିବେଦନ କରିଛନ୍ତି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଗତ ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ପୁଣି ୫୮ ଜଣ କୋରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୧୮ ଜଣ କୋରୋନା ୱାରିଅର୍, ଜଣେ ସୁରଟରୁ ଫେରିଥିବା ପୁରୁଷୋତ୍ତମପୁର ଅଞ୍ଚଳର ଏବଂ ୩୯ ଜଣ ସ୍ଥାନୀୟ ପଜେଟିଭ ମାମଲା ରହିଥିବା ଜିଲ୍ଲାପାଳ ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.