ETV Bharat / state

ରାସ୍ତା ପାଲଟିଛି ମରଣଯନ୍ତା, ଖୁବଶୀଘ୍ର କାମ ଆରମ୍ଭ ହେବ କହିଲେ ଉପଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାରେ ରାସ୍ତା ସମସ୍ୟା । ବେଲଗୁଣ୍ଠା ବ୍ଲକ ବଙ୍କା ପଞ୍ଚାୟତର କିରାପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ଖୁବଶୀଘ୍ର କାମ ଆରମ୍ଭ ହେବା ନେଇ କହିଲେ ଉପ ଜିଲ୍ଲାପାଳ । ଅଧିକ ପଢନ୍ତୁ

road problem in ganjam
road problem in ganjam
author img

By

Published : Dec 28, 2022, 9:32 AM IST

ରାସ୍ତା ପାଲଟିଛି ମରଣଯନ୍ତା

ଭଞ୍ଜନଗର: ମରଣଯନ୍ତା ପାଲଟିଛି ରାସ୍ତା । ଖାଲ ଖମାରରେ ଭର୍ତ୍ତି ହେବା ସହ ଠାଏଁ ଠାଏଁ ମେଟାଲ ରାସ୍ତାରେ ପଡିଛି । ଫଳରେ ଯାତାୟତ ସମୟରେ ନାହିଁନଥିବା ଅସୁଥିବାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଏପରି ସମୟରେ ପକ୍କା ରାସ୍ତା କରିବାକୁ ଦାବି ହୋଇଛି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବଙ୍କା ପଞ୍ଚାୟତର କିରାପଲ୍ଲୀ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଥା । ଏହା ରାସ୍ତାର ଅବସ୍ଥା ଦେଖିଲେ ଚାଲିବାକୁ ମଧ୍ୟ ଭୟ ଲାଗୁଛି । କିନ୍ତୁ ନିଜର କାମପାଇଁ ଏହି ରାସ୍ତାରେ ଯାତାୟତ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହି ରାସ୍ତା ଦେଇ ପାଞ୍ଚଖଣ୍ଡ ଗ୍ରାମର ଲୋକମାନେ ଚଳପ୍ରଚଳ କରୁଛନ୍ତି । ରାସ୍ତାର ଉନ୍ନତିକରଣ ପାଇଁ ବହୁବାର ପ୍ରଶାସନ ନିକଟରେ ଗୁହାରି ମଧ୍ୟ କରିଛନ୍ତି ଗ୍ରାମବାସୀ, କିନ୍ତୁ କିଛି ସୁଫଳ ଆଜି ପର୍ଯ୍ୟନ୍ତବି ମିଳିପାରି ନାହିଁ । ଶେଷରେ ରାସ୍ତା ତିଆରି ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ଗ୍ରାମବାସୀ । ଏହି ରାସ୍ତା ଦେଇ ସ୍କୁଲ ଛାତ୍ରଛାତ୍ରୀ ଯାତାୟତ କରୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଖୁବଶୀଘ୍ର ରାସ୍ତା ତିଆରି କରିବାକୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ l

ଏହି ରାସ୍ତାର ଉନ୍ନତିକରଣ ନେଇ ବଙ୍କା ସରପଞ୍ଚ ଶୁଭଶ୍ରୀ ପରିଡାଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, "ଆମେ ନିରୁପାୟ ବ୍ଲକ ପ୍ରଶାସନ ନିର୍ଦ୍ଦେଶ ଦେଲେ ପଞ୍ଚାୟତ ତରଫରୁ କାମ ସାରି ଦେଇଥାନ୍ତୁ ।" ଏଥିସହ ତୁରନ୍ତ ରାସ୍ତାଟିର ଉନ୍ନତିକରଣ କରିବାକୁ ଅନୁରୋଧ କରିଥିଲେ । ଅନ୍ୟପଟେ ଏହି ସମସ୍ୟା ନେଇ ଆମେ ଉପଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିଥିଲୁ । ବେଲଗୁଣ୍ଠା ବିଡ଼ିଓ ଙ୍କ ସହ ଆଲୋଚନା ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ପାଇଁ ପଞ୍ଚାୟତ ସମିତିରୁ ଚିଠି ହୋଇସାରିଛି ଖୁବଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ସେହି ରାସ୍ତାଟି ତିଆରି କରିବ ବୋଲି ପ୍ରତିଶୃତି ଦେଇଥିବା କଥା କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ।

ସରପଞ୍ଚ ଶୁଭଶ୍ରୀ ପରିଡା କହିଛନ୍ତି, "ଏହି ରାସ୍ତାଟିରେ ପ୍ରାୟ ୫ଟି ଗ୍ରାମର ଲୋକେ ଯାତାୟତ କରୁଛନ୍ତି, ସ୍କୁଲ ପିଲା ମଧ୍ୟ ଏହି ରାସ୍ତା ଦେଇ ଯାଆଆସ କରନ୍ତି । MGNREGA ତରଫରୁ ମେଟାଲ ମୋରମ ରୋଡ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ଅନୁମୋଦନ ହୋଇଛି । କିନ୍ତୁ ଏହି କାର୍ଯ୍ୟ ଆରମ୍ଭ କରିବାକୁ ବ୍ଲକ ପ୍ରଶାସନ ସହ ଏନେଇ ଆଲୋଚନା କରିବାରୁ ଏହାକୁ ଆରଡିକୁ ଦିଆଯାଇଥିବା ସେ କହିଥିଲେ । କିନ୍ତୁ ମୋର ବିଶେଷ ଅନୁରୋଧ ଏହି ରାସ୍ତାଟିକୁ ଖୁବଶୀଘ୍ର ନିର୍ମାଣ କରାଯାଉ ।"

ଏନେଇ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ କହିଛନ୍ତି ଯେ, ''ନିହାତି ଭାବରେ ଗମନା ଗମନର ଅସୁବିଧା ଅଛି, ଏନେଇ ମୁଁ ବିଡିଓଙ୍କ ସହ କଥା ହୋଇଛି । ସେ ବି କହିଛନ୍ତି ଯେ, ରାସ୍ତାର ମରାମତି ନିହାତି ଆବଶ୍ୟକ ରହିଛି । ସେଥିପାଇଁ ସେମାନେ ପଞ୍ଚାୟତସମିତିରୁ ଆରଡିକୁ ହସ୍ତାନ୍ତର ହେବ । ଏହି କାମ ସରିବା ପରେ ଖୁବଶୀଘ୍ର କାମ ଆରମ୍ଭ ହେବ ।"

ଇଟିଭି ଭାରତ, ଭଞ୍ଜନଗର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.