ETV Bharat / state

ରାଜରାସ୍ତାରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

author img

By

Published : Oct 18, 2019, 9:18 PM IST

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରି ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ନେଇ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଏହାର ପ୍ରତିବାଦରେ ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟ ରାସ୍ତାକୁ ଅବରୋଧ କରି ଆନ୍ଦୋଳନ କରାଯାଇଛି ।

ଗୁରୁବାର ଆମ୍ବଗଡ଼ ଠାରେ ସ୍ବପ୍ନ ସାଗର ବସ ସହିତ ଏକ ପାସେଞ୍ଜର ଅଟୋ ମୁହାଁମୁହିଁ ହେବା ଯୋଗୁଁ ଦୁଇ ଜଣ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ମହିଳା ପ୍ରାଣ ହରାଇ ଥିବାବେଳେ ସାତ ବର୍ଷୀୟ ନାବାଳକକୁ କଟକ ସ୍ଥାନାନ୍ତର ବେଳେ ମୁଖ୍ୟ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ମୃତ ଶରୀର ଗୁଣସାଗର ଗାଁକୁ ଆଣି ସତ୍କାର କରାଯାଇଛି । ନାବାଳକର ଶବ ବ୍ୟବଛେଦ ହୋଇସାରିଥିଲେ ମଧ୍ୟ ଦୁର୍ଘଟଣା ଘଟିଥିବା ବସ ମାଲିକ ମୃତକଙ୍କ ସମ୍ପର୍କୀୟଙ୍କ ସହ କୌଣସି ଆଲୋଚନା କରିନାହାଁନ୍ତି । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟିଥିବା ଆମ୍ବଗଡ଼ ମୁଖ୍ୟ ରାସ୍ତାରେ ମୃତ ଶରୀର ଧରି ରାସ୍ତାରୋକ କରି କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି ।

ସ୍ଥାନୀୟ ତହସିଲଦାର ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିବା ସହ କ୍ଷତିପୂରଣ ପାଇଁ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଜଣଙ୍କ ପରିବାର କୁ କ୍ଷତିପୂରଣ ପ୍ରଦାନ କରିବା ଦାବିରେ ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତା କୁ ଅବରୋଧ କରାଯାଇ ଆନ୍ଦୋଳନ କରାଯାଇଛି। ଗତକାଲି ଆମ୍ବଗଡ଼ ଠାରେ ସ୍ୱପ୍ନ ସାଗର ବସ ସହିତ ଏକ ପାସେଞ୍ଜର ଅଟୋ ମଧ୍ୟରେ ଘଟିଯାଇଥିବା ଦୁର୍ଘଟଣାରେ ଦୁଇ ଜଣ ମୃତ ଘଟିଥିଲା। ଏଥିରେ ଜଣେ ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲରେ ମହିଳାଙ୍କ ମୃତ ହୋଇଥିବା ବେଳେ ସାତ ବର୍ଷୀୟ ବାଳକର କଟକ ସ୍ଥାନାନ୍ତର ବେଳେ ମୁଖ୍ୟ ରାସ୍ତାରେ ମୃତ୍ୟୁ ହୋଇଥିଲା । ମହିଳା ଙ୍କ ମୃତ ଶରୀର ଗୁଣସାଗର ଗାଁ କୁ ଆଣି ସତ୍କାର କରାଯାଇଥିବା ବେଳେ ବାଳକର ଶବ ବ୍ୟବଛେଦ ହୋଇସାରିଥିଲେ ମଧ୍ୟ ଦୁର୍ଘଟଣା ଘଟିଥିବା ବସ ମାଲିକ ମୃତକ ଙ୍କ ସମ୍ପର୍କୀୟ ଙ୍କ ସହ କୌଣସି ଆଲୋଚନା କରିନଥିବା ନେଇ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟିଥିବା ଆମ୍ବଗଡ଼ ମୁଖ୍ୟ ରାସ୍ତାରେ ମୃତ ଶରୀର ଧରି ରାସ୍ତାରୋକ କରି କ୍ଷତିପୂରଣ ପ୍ରଦାନ ପାଇଁ ଦାବୀ କରିଥିଲେ। ପରେ ସ୍ଥାନୀୟ ତହସିଲଦାର ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳ ରେ ପହଞ୍ଚି ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିବା ସହ କ୍ଷତିପୂରଣ ପାଇଁ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.